ବାଲେଶ୍ବର: ଜିଲ୍ଲାର ନୀଳଗିରି ଅଞ୍ଚଳରେ କୋରୋନା କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ 3 ଜଣ ଗିରଫ ହୋଇଛନ୍ତି । ଏକ ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରିବା ଅଭିଯୋଗରେ ଏମାନେ ସମସ୍ତେ ଗିରଫ ହୋଇଥିବା ସୂଚନା ମିଳିଛି । ଗିରଫ ବ୍ୟକ୍ତିମାନେ ହେଲେ ଭାଲୁକାଶୁଣି ଗ୍ରାମର ବାଣୁ ସିଂ, ଚନ୍ଦ୍ରପୁର ଗ୍ରାମର ଯୋଗେନ୍ଦ୍ର ସିଂ ଓ ଆରପଟା ଗ୍ରାମର ଶାନ୍ତନୁ ସିଂ।
କୋରୋନା କଟକଣା ଉଲ୍ଲଂଘନ କରି 3 ଗିରଫ - 3 arrested for violating corona curfew
କୋରୋନା କଟକଣା ଅବମାନନା କରିବା ଅଭିଯୋଗରେ 3 ଗିରଫ । ଏକ ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରିବା ଅଭିଯୋଗରେ ଏମାନେ ସମସ୍ତେ ଗିରଫ ହୋଇଥିବା ସୂଚନା ମିଳିଛି ।

କୋରୋନା କଟକଣା ଉଲ୍ଲଂଘନ କରି 3 ଗିରଫ
କୋରୋନା କଟକଣା ଉଲ୍ଲଂଘନ କରି 3 ଗିରଫ
ସୂଚନାନୁସାରେ, ନୀଳଗିରି ଥାନା ଭାଲୁକାଶୁଣି ଠାରେ ଥିବା ଏକ ଚର୍ଚ୍ଚରେ କୋରୋନା କଟକଣାକୁ ଅବମାନନା କରି କିଛି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପୁରୁଷ ଓ ମହିଳା ସାମୂହିକ ପ୍ରାର୍ଥନା କରୁଥିଲେ । ଏହି ସମୟରେ ନୀଳଗିରି ପୋଲିସ ସେଠାରେ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରିଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ