ବାଲେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ଜିଲ୍ଲାର ବାରିକପୁର ହାଟରୁ ରବିବାର କୋଲକାତାକୁ 250ଟି ଗାଈ ଚାଲାଣ ହେଉଥିବା ବେଳେ ଏହି ଗାଈଙ୍କୁ ଉଦ୍ଧାର କରାଯାଇଛି ।
ବାଲେଶ୍ବରରୁ କୋଲକାତାକୁ ଗୋଚାଲାଣ ବେଳେ 250 ଗାଈ ଉଦ୍ଧାର
ରାଜ୍ୟରେ ବିଭିନ୍ନ ସ୍ଥାନରୁ ଗାଈ ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ତେବେ ପୋଲିସ ବାଲେଶ୍ବରରୁ ଚାଲାଣ ହେଉଥିବା 250 ଗାଈଙ୍କୁ ଉଦ୍ଧାର କରିଛି । ଅଧିକ ପଢନ୍ତୁ...
ବାଲେଶ୍ବରରୁ ଗୋଚାଲାଣ ବେଳେ 250 ଗାଈ ଉଦ୍ଧାର
ସୋର ଥାନା ବାରିକପୁର ହାଟରୁ କୋଲକାତାକୁ ପ୍ରାୟ 250ଟି ଗୋଚାଲାଣ ହେଉଥିଲା । ଏହି ସଂପର୍କରେ ଖବର ପାଇବା ପରେ ଗୋସୁରକ୍ଷା ସମିତିର ସଦସ୍ୟମାନେ ସୋର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଈଙ୍କୁ ଉଦ୍ଧାର କରିବା ସହ ଗୋଚାଲାଣ ହେଉଥିବା ବୋଝେଇ ପିକଅପ୍କୁ ଜବତ କରିଛି । ପୂର୍ବରୁ କେନ୍ଦୁଝରରେ ମଧ୍ୟ ଏକାଧିକ ଥରି ଗାଈଚାଲାଣ ହେଉଥିବା ଖବର ସାମନାକୁ ଆସିଥିଲା । ରାଜ୍ୟରେ ବେଧଡକ ଗାଈଚାଲାଣ ହେଉଥିବା ବେଳେ ଏଥିପ୍ରତି ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ