ଓଡିଶା

odisha

ETV Bharat / state

23ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ଅନୁଷ୍ଠିତ - 23ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ଅନୁଷ୍ଠିତ

ବାଲିଆପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ 23ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କ ପରାମର୍ଶ କ୍ରମେ ଚାଷ କରିବାକୁ ଜିଲ୍ଲାର କୃଷକଙ୍କୁ ପରାମର୍ଶ ଦିଆଯାଇଛି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ବାଲେଶ୍ବର

By

Published : Aug 29, 2019, 11:54 PM IST

ବାଲେଶ୍ଵର: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନ, ପାନ, ମୀନ, ମୁଗ, ବିରି, ମକ୍କା, ଛତୁ, ଚିନାବାଦାମ, ଆଖୁ, ପରିବା ଚାଷ, କୁକୁଡ଼ା ଓ ଗୋପାଳନ ପାଇଁ କୃଷକ ମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ପରାମର୍ଶ ଦେବା ସହିତ ଉନ୍ନତ ପ୍ରଣାଳୀରେ ଉତ୍ପାଦନକୁ ପ୍ରୋତ୍ସାହିତ କରିବା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ କାର୍ଯ୍ୟ । ଏହି କ୍ରମରେ ଆଜି ବାଲିଆପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ 23ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ବାଲେଶ୍ବର

ଜିଲ୍ଲାର ଦେଭୋଗ ଗ୍ରାମରେ ଅବସ୍ଥିତ ଏହି କୃଷି ବିଜ୍ଞାନ କେନ୍ଦ୍ରରେ ତାଲିମ ନେବାପାଇଁ ଆସୁଥିବା କୃଷକମାନଙ୍କ ପାଇଁ ହଷ୍ଟେଲ ଆଦିର ବ୍ୟବସ୍ଥା ରହିଛି । ଏଥିସହିତ ମାଟି ପରୀକ୍ଷା ପାଇଁ ସଏଲ ଟେଷ୍ଟ ଲାବ୍ରୋଟାରୀ ଉତ୍ପାଦ ବିଷୟରେ ଅଧିକ ଜାଣିବା ପାଇଁ ସଂଗ୍ରହାଳୟ ଓ ପରାମର୍ଶ ଦେବା ପାଇଁ ବିଭିନ୍ନ ବିଭାଗରେ ବୈଜ୍ଞାନିକ ମାନେ ରହିଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳର କୃଷକ ମାନେ ଏଠାରେ ରହି ମାଗଣାରେ କୃଷି ସମ୍ବନ୍ଧୀୟ ପରାମର୍ଶ ପାଇଥାନ୍ତି ।

ତେବେ ଆଜିର ଏହି 23ତମ ଉପଦେଷ୍ଟା ମଣ୍ଡଳୀ ବୈଠକରେ ବାଲେଶ୍ଵର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହିତ କୃଷିଭିତ୍ତିକ ଏକ ପୁସ୍ତିକା ଉନ୍ମୋଚନ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କ ପରାମର୍ଶ କ୍ରମେ ଚାଷ କରିବାକୁ ଜିଲ୍ଲାର କୃଷକଙ୍କୁ ପରାମର୍ଶ ଦେଇଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details