ଓଡିଶା

odisha

ETV Bharat / state

ISI ଲିଙ୍କ ଘଟଣା, କୋର୍ଟରେ ହାଜର ହେଲା ଅଭିଯୁକ୍ତ ଈଶ୍ବର ବେହେରା - ISI Link case

2014 ISI Link case: Accused Ishwar Behera reached in Balasore Court
ISI ଲିଙ୍କ ଘଟଣା, କୋର୍ଟରେ ହାଜର ହେଲା ଅଭିଯୁକ୍ତ ଈଶ୍ୱର ବେହେରା

By

Published : Feb 11, 2021, 12:00 PM IST

Updated : Feb 11, 2021, 12:52 PM IST

11:54 February 11

ବାଲେଶ୍ବର ଜିଲ୍ଲା ଡିଆରଡିଓର ଠିକା ଫଟୋଗ୍ରାଫର ଈଶ୍ବର ISIକୁ ଦେଶର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଉଥିବା ଅଭିଯୋଗରେ ସେ 2014ରେ ଗିରଫ ହୋଇଥିଲେ । ତେବେ ଆଜି ଏହି ମାମଲାର ପୂର୍ଣ୍ଣାଙ୍ଗ ରାୟ ପ୍ରକାଶ ପାଇବ । ଅଧିକ ପଢନ୍ତୁ...

ISI ଲିଙ୍କ ଘଟଣା, କୋର୍ଟରେ ହାଜର ହେଲା ଅଭିଯୁକ୍ତ ଈଶ୍ୱର ବେହେରା

ବାଲେଶ୍ବର:ଜିଲ୍ଲାର ଦୌରାଜଜ୍ ଅଦାଲତରେ ହାଜର ହୋଇଛି ଈଶ୍ୱର ବେହେରା ।  ବହୁ ଚର୍ଚ୍ଚିତ ଆଇଏସଆଇ ଲିଙ୍କ ମାମଲାରେ ସେ 2014 ମସିହାରେ ଗିରଫ ହୋଇଥିଲା ।  ଗୁରୁବାର ଏହି ମାମଲାର ପୂର୍ଣ୍ଣାଙ୍ଗ ରାୟ ପ୍ରକାଶ ପାଇବାକୁ ଥିବା ବେଳେ ଏହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।  ଈଶ୍ୱରଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଦେଶଦ୍ରୋହ ଓ ଗୁପ୍ତତଥ୍ୟ ପ୍ରକାଶ ଭଳି ସଙ୍ଗୀନ ଦଫା ଲାଗିଛି ।

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ଦସ୍ତାବିଜ୍ ପ୍ରଦାନ କରିବା ଅଭିଯୋଗରେ ଈଶ୍ବର ବେହେରା ଗିରଫ ହୋଇଥିଲେ । ମୟୂରଭଞ୍ଜ କଣ୍ଟିପୁର ଅଞ୍ଚଳର ଇଶ୍ବର ଚାନ୍ଦିପୁର ଡିଆରଡିଓରେ ଜଣେ ଠିକା ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିଲେ । ସେଠାରେ କାର୍ଯ୍ୟରତ ବେଳେ ମିରଟର ଜଣେ ଲୋକଙ୍କ ସହ ଫୋନରେ ସେ କଥାବାର୍ତ୍ତା ହେଉଥିଲେ । ଫୋନ କଲ ଟ୍ରାକିଂ ହେବା ପରେ ଇଶ୍ୱର ଦେଶର ଗୁପ୍ତ ତଥ୍ୟ ଆଇଏସଆଇକୁ ପ୍ରଦାନ କରୁଥିବା ଅଭିଯୋଗ ହୋଇଥିଲା । ପରେ କ୍ରାଇମବ୍ରାଞ୍ଚର ନିର୍ଦ୍ଦେଶ ଅନୁସାରେ 2014 ଡିସେମ୍ବର 22 ତାରିଖରେ ଚାନ୍ଦିପୁରରୁ ତାଙ୍କୁ ପୋଲିସ ଗିରଫ କରିଥିଲା ।  

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Feb 11, 2021, 12:52 PM IST

ABOUT THE AUTHOR

...view details