ବାଲେଶ୍ବର: ରେଲଓ୍ବେ ଟିକେଟ କଳାବଜାରୀ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଆରପିଏଫ ସ୍ବତନ୍ତ୍ର ସ୍କ୍ବାର୍ଡ। ମିଳିଥିବା ସୂଚନାନୁସାରେ, ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ଜଗନ୍ନାଥ ଦାସ ଜଣେ ରେଳ କର୍ମଚାରୀଙ୍କ ସହଯୋଗରେ ରେଳ ଟିକେଟ କଳାବଜାରୀ କରି ଆସୁଥିବା ଅଭିଯୋଗ ହୋଇଥିଲା ।
ରେଲଓ୍ବେ ଟିକେଟ କଳାବଜାରୀ କରି ଦୁଇ ଗିରଫ - 2 youth arreste for sold black ticket
ବାଲେଶ୍ବରରେ ରେଳ ଟିକେଟ କଳାବଜାରୀ । ଖଡଗପୁର ଆରପିଏଫ ସ୍ବତନ୍ତ୍ର ସ୍କ୍ବାର୍ଡ ସୋର ଅଞ୍ଚଳରେ ଚଢାଉ କରି 2 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...
ଟିକେଟ କଳାବଜାରୀ କରି ଦୁଇ ଗିରଫ
ଏହାକୁ ନେଇ ଖଡଗପୁର ଆରପିଏଫ ସ୍ବତନ୍ତ୍ର ସ୍କ୍ବାର୍ଡ ସୋର ଅଞ୍ଚଳରେ ଚଢ଼ାଉ କରି ଜଗନ୍ନାଥଙ୍କୁ ଗିରଫ କରିଛି। କଳାବଜାରୀରେ ସହଯୋଗ କରି ବାହାର ରାଜ୍ୟକୁ ଟିକେଟ ପଠାଇବା ଅଭିଯୋଗରେ ଇଷ୍ଟକୋଷ୍ଟ ଡାଉନ ଟ୍ରେନର ଆରଏମସି ବଗି ଇନଚାର୍ଜ ହେମନ୍ତ ପୃଷ୍ଟିଙ୍କୁ ଗିରଫ କରିବା ସହ 17 ହଜାର 235 ଟଙ୍କା ଜବତ କରିଛି ସ୍ବତନ୍ତ୍ର ସ୍କ୍ବାର୍ଡ।
ବାଲେଶ୍ବରରୁ ଜୀବନ ଜ୍ୟାତି ନାୟକ, ଇଟିଭି ଭାରତ