ଓଡିଶା

odisha

ETV Bharat / state

ଘର ଭାଗବଣ୍ଟାକୁ ନେଇ ଭୁଜାଲି ମାଡ, 2 ଗୁରୁତର - ଘର ଭାଗବଣ୍ଟାକୁ ନେଇ ଭୁଜାଲି ମାଡ଼

ବାଲେଶ୍ବର ଶ୍ରୀରାମପୁର ଗ୍ରାମରେ ଘର ଭାଗବଣ୍ଟାକୁ ନେଇ ଭୁଜାଲିରେ ମରଣାନ୍ତକ ଆକ୍ରମଣ । ଦୁଇ ଗୁରୁତର ମେଡିକାଲରେ ଭର୍ତ୍ତି । ଅଭିଯୁକ୍ତ ଫେରାର । ଅଧିକ ପଢ଼ନ୍ତୁ...

2 people severely injured, man attacks on 2 people, attack with sharp weapon in balasore, ଘର ଭାଗବଣ୍ଟାକୁ ନେଇ ଭୁଜାଲି ମାଡ଼, ପାରିବାରିକ କଳହକୁ ନେଇ ଭୁଜାଲି ମାଡ
ଘର ଭାଗବଣ୍ଟାକୁ ନେଇ ଭୁଜାଲି ମାଡ, 2 ଗୁରୁତର

By

Published : Jan 8, 2020, 10:13 PM IST

ବାଲେଶ୍ଵର: ଜିଲ୍ଲା ଖଇରା ଥାନା ଅଞ୍ଚଳରେ ପାରିବାରିକ କଳହକୁ ନେଇ ଭୁଜାଲି ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି।

ଘର ଭାଗବଣ୍ଟାକୁ ନେଇ ଭୁଜାଲି ମାଡ, 2 ଗୁରୁତର

ଅଭିଯୋଗ ଅନୁସାରେ, ଖଇରା ଥାନା ଶ୍ରୀରାମପୁର ଗ୍ରାମର ଚନ୍ଦ୍ରଶେଖର କର, ନାରାୟଣ କର ଓ ଦୟାନିଧି କରଙ୍କ ମଧ୍ୟରେ ଘର ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ଏହାକୁ ନେଇ ଚନ୍ଦ୍ରଶେଖରଙ୍କ ସାନପୁଅ ସତ୍ୟବ୍ରତ, ନାରାୟଣ କରଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀକୁ ଏକ ଭୁଜାଲିରେ ଆକ୍ରମଣ କରିଥିଲା। ତାଙ୍କ ଚିତ୍କାର ଶୁଣି ଦୟାନିଧି ସେଠାରେ ପହଞ୍ଚିବାରୁ ତାଙ୍କୁ ମଧ୍ୟ ସତ୍ୟବ୍ରତ ଆକ୍ରମଣ କରିଥିଲା। ପରେ ଗ୍ରାମବାସୀ ପହଞ୍ଚି ଗୁରୁତର ସନ୍ଧ୍ୟରାଣୀ ଓ ଦୟାନିଧିଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଇଥିଲେ। ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ସତ୍ୟବ୍ରତ ଫେରାର ଥିବା ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details