ବାଲେଶ୍ବର: ସୋର ପୋଲିସ ହାବୁଡରେ ପଡିଛନ୍ତି ଦୁଇ ହାଇୱେ ଲୁଟେରା । ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଦେଖିଥିଲା । ଚାପରପଦା ପୋଲ ହାଇୱେ ଦେଇ ଯାଉଥିବା ବେଳେ ଦୁହିଁଙ୍କ ଗତିବିଧି ଉପରେ ପୋଲିସ ନଜର ରଖିଥିଲା । ପରେ ପୋଲିସ ସେମାନଙ୍କୁ ଅଟକାଇ ପଚରା ଉଚୁରା କରିଥିଲା ।
ଦୁଇ ହାଇୱେ ଲୁଟେରା ଗିରଫ, କାର୍ ଓ ମାରଣାସ୍ତ୍ର ଜବତ - ଲୁଟେରା
ସୋର ପୋଲିସ ହାବୁଡରେ ପଡିଛନ୍ତି ଦୁଇ ହାଇୱେ ଲୁଟେରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ପରେ ଉଭୟ ଏକ ଇଣ୍ଡିଗୋ କାରରେ ଭଦ୍ରକରୁ ବାଲେଶ୍ବର ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ କାର୍ରେ ମାରଣାସ୍ତ୍ର ଥିବା ଦେଖିବାକୁ ପାଇଥିଲା । ଏହାକୁ ନେଇ ପୋଲିସ 2 ଲୁଟେରାଙ୍କୁ ଗିରଫ କରିବା ସହ କାର ଓ ମାରଣାସ୍ତ୍ର ଜବତ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ