ଓଡିଶା

odisha

ETV Bharat / state

ବଞ୍ଚିବା ଚିନ୍ତାରେ ବାପା ମା' ଛେଉଣ୍ଡ ଦୁଇ ଭଉଣୀ - Helpless sister

ପାଞ୍ଚ ବର୍ଷ ତଳେ ମା' ଆରପାରିକୁ ଚାଲି ଯାଇଥିବା ବେଳେ ଏବେ ପୁଣି ବାପା ମଧ୍ୟ ଚାଲିଗଲେ ଆରପାରିକୁ । ଉଭୟ ବାପା ମା' ଚାଲିଗଲା ପରେ ଏବେ ପରିବାର ହୋଇଯାଇଛି ଅସହାୟ । ଘରେ ଜଣେ ବୁଢ଼ୀ ମା ସହ ରହିଛନ୍ତି ଦୁଇଜଣ ନାବାଳିକା । ଏବେ ଦୁଇ କଅଁଳ ଝିଅଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ବାପା ମା' ଛେଉଣ୍ଡ 2ଭଉଣୀଙ୍କ ବଞ୍ଚିବା ଚିନ୍ତା
ବାପା ମା' ଛେଉଣ୍ଡ 2ଭଉଣୀଙ୍କ ବଞ୍ଚିବା ଚିନ୍ତା

By

Published : Dec 11, 2020, 2:19 PM IST

ବାଲେଶ୍ବର: ବିଧିର ବିଧାନ ବଡ ବିଚିତ୍ର । ପାଞ୍ଚ ବର୍ଷ ତଳେ ମା' ଆରପାରିକୁ ଚାଲି ଯାଇଥିବା ବେଳେ ଏବେ ପୁଣି ବାପା ମଧ୍ୟ ଚାଲିଗଲେ ଆରପାରିକୁ । ଉଭୟ ବାପା ମା' ଚାଲିଗଲା ପରେ ଏବେ ପରିବାର ହୋଇଯାଇଛି ଅସହାୟ । ଘରେ ଜଣେ ବୁଢ଼ୀ ମା ସହ ରହିଛନ୍ତି ଦୁଇଜଣ ନାବାଳିକା । ବାପା ମା' ଆରପାରିକୁ ଚାଲିଯିବା ପରେ ଦୁଇ କଅଁଳ ଝିଅଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଛି । ଏ ଦୁଃଖଦ ପରିସ୍ଥିତିର ଦୃଶ୍ୟ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ମାକନ୍ଦା ଗାଁର ବାଡୁ ମାଝୀଙ୍କ ପରିବାରରେ ଦେଖିବାକୁ ମିଳିଛି ।

ବଞ୍ଚିବା ଚିନ୍ତାରେ ବାପା ମା' ଛେଉଣ୍ଡ 2ଭଉଣୀ

ବାଡୁ ମାଝୀଙ୍କ ସ୍ତ୍ରୀ ପାଞ୍ଚ ବର୍ଷ ତଳେ ଆରପାରିକୁ ଚାଲିଯାଇଥିଲେ । ଏବେ ବାଡୁ ମଧ୍ୟ ଦୁରାରୋଗ୍ୟର ଶୀକାର ହୋଇ ଆରପାରିକୁ ଚାଲିଗଲେ । ଆଉ ଘରେ ଛାଡି ଦେଇଗଲେ ବୁଢ଼ୀ ମା ଓ ଦୁଇଟି ନାବାଳିକା ଝିଅଙ୍କୁ । ପାଖ ପଡିଶା କିମ୍ବା କୌଣସି ବନ୍ଧୁ ବାନ୍ଧବ ଏହି ପରିବାର ପାଇଁ ସାହା ଭରସା ନଥିବା ବେଳେ ଦୁଇ ନାବାଳିକା ଝିଅ ମାତନ ଓ ସାରଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହୋଇଯାଇଛି । ପରିବାରର ଦାୟିତ୍ବ ଏବେ ବୁଢ଼ୀ ମା' ଉପରେ ଲଦି ହୋଇଯାଇଥିବା ବେଳେ ବେସାହାରା ତିନି ପ୍ରାଣୀଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ମଧ୍ୟ ଭଲ ଘର ଖଣ୍ଡେ ନାହିଁ । ପରିବାର କେମିତି ଚଳିବ କେମିତି ବଞ୍ଚିବେ ସେହି ଚିନ୍ତାରେ ରହିଛନ୍ତି ବୁଢୀ ମା' । ଏବେ ବଡ଼ଝିଅ ମାତନ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ସାନ ଝିଅ ସାର ତୃତୀୟ ଶ୍ରେଣୀରେ ପଢୁଛି ।

ବାପା ବାଡୁଙ୍କ ମୃତ୍ୟୁ ପରେ ଏବେ ଦୁଇ ଭଉଣୀ ସମ୍ପୂର୍ଣ୍ଣ ଭାବେ ବେସାହାରା ହୋଇଯାଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହି ଦୁଃଖି ପରିବାରକୁ ଭେଟି ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ସତ ହେଲେ ସୁବିଧା ସୁଯୋଗ କେବେ ପହଞ୍ଚିବ ସେ ନେଇ ବିରାଟ ପ୍ରଶ୍ନ ସୃଷ୍ଟି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details