ଓଡିଶା

odisha

ETV Bharat / state

ଟ୍ରକକୁ ପଛ ପଟୁ ପିଟିଲା ଟୁରିଷ୍ଟ ବସ, 15 ଆହତ - ବାଲେଶ୍ବର

ବାଲେଶ୍ବରରେ ଏକ ତାର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ 15 ଜଣ ଆହତ ହୋଇଥବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : May 27, 2019, 10:23 AM IST

ବାଲେଶ୍ବର: ଜିଲ୍ଲା ସୋର ଥାନା ଛପୋଲିଆ ନିକଟରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ । ଘଟଣାରେ 15 ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗୁଜୁରାଟ ସୁନ୍ଦର ନଗରରୁ ଏକ ତୀର୍ଥବାସୀ ବସ ପଶ୍ଚିମବଙ୍ଗ ଗଙ୍ଗାସାଗରକୁ ଯାଉଥିଲା । ଯେଉଁଥିରେ 60 ଜଣ ଯାତ୍ରୀ ଥିବାବେଳେ 16ନଂ ଜାତୀୟ ରାଜପଥ ଦହିସଡା ଛପୋଲିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଛପୋଲିଆ ନିକଟରେ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ଥିବା ଏକ ଟ୍ରକକୁ ପଛପଟୁ ବସଟି ପିଟି ହୋଇଥିଲା ।

ଫଳରେ 15 ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details