ଓଡିଶା

odisha

ETV Bharat / state

କୋର୍ଟ ସ୍ଥାନାନ୍ତର ଦାବିରେ ଜଳେଶ୍ବର ବନ୍ଦ - ବାଲେଶ୍ବର ବନ୍ଦ

କୋର୍ଟ ସ୍ଥାନାନ୍ତର ଦାବିରେ ଜଳେଶ୍ବର 12ଘଣ୍ଟିଆ ବନ୍ଦ ଡାକରା । ବନ୍ଦର ପ୍ରଭାବ ଅଳ୍ପ ବହୁତେ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Sep 24, 2019, 3:06 PM IST

ବାଲେଶ୍ବର: ସହରରେ ଥିବା କୋର୍ଟ ସ୍ଥାନାନ୍ତର ପାଇଁ ଜଳେଶ୍ବର ବନ୍ଦ ଡାକରା ଦିଆଯାଇଛି । ସକାଳ 6ରୁ ସଂନ୍ଧ୍ୟା6 ପର୍ଯ୍ୟନ୍ତ ଜଳେଶ୍ବର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । କୋର୍ଟକୁ ଲକ୍ଷ୍ମଣନାଥ ରୋଡକୁ ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସକାଳ 10ଟା 30ମିନିଟରେ କୋର୍ଟ କାର୍ଯ୍ୟ ଆରମ୍ଭ ହେବାବେଳେ ଜଳେଶ୍ବର ବନ୍ଦ ଡାକରା ଦେଇଥିବା କମିଟିର ସଦସ୍ୟ କୋର୍ଟ ଆଗରେ ହୋ ହାଲ୍ଲା କରିଥିଲେ । ସେଠାରେ ପୋଲିସ ଓ ତହସିଲଦାର ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଉତ୍ତେଜନାକୁ ଦୃଷ୍ଟିରେ ରଖି 2ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details