ଓଡିଶା

odisha

ETV Bharat / state

ଜିଲ୍ଲା ମାନ୍ୟତା ଦାବିରେ 12 ଘଣ୍ଟିଆ ନୀଳଗିରି ବନ୍ଦ

ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବି ନେଇ 12 ଘଣ୍ଟିଆ ନୀଳଗିରି ବନ୍ଦ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 3, 2023, 3:14 PM IST

12 hour Nilagiri bandh
12 hour Nilagiri bandh

12 ଘଣ୍ଟିଆ ନୀଳଗିରି ବନ୍ଦ

ବାଲେଶ୍ବର: 12 ଘଣ୍ଟିଆ ନୀଳଗିରି ବନ୍ଦ । ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବି ନେଇ ଆଜି 12 ଘଣ୍ଟିଆ ନୀଳଗିରି ବନ୍ଦ କରାଯାଇଛି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ସେପଟେ ବିଭିନ୍ନ ସ୍ଥାନରେ କମିଟିର ସଦସ୍ୟ ବନ୍ଦକୁ ସଫଳ କରଇବା ପାଇଁ ରାସ୍ତାରେ ପିକେଟିଂ କରୁଥିବା ସହ ଗାଡ଼ି ଅଟକାଉଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ - ୨୧ ଦିନରେ ପହଞ୍ଚିଲା ଗଣ ଆନ୍ଦୋଳନ, ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ନାରାବାଜି

ତେବେ ସ୍ଵାଧୀନ ଭାରତରେ ରାଜତନ୍ତ୍ରର ବିଲୋପ କରି ପ୍ରଥମ ଗଡ଼ଜାତ ରାଜ୍ୟ ଭାବେ ସ୍ଵାଧୀନ ଭାରତରେ ମିଶ୍ରଣ ସମୟରେ ନୀଳଗିରିକୁ ସ୍ଵତନ୍ତ୍ର ଅଧିକାର ମିଳିବ ନେଇ ଚୁକ୍ତି ହୋଇଥିଲା । ଚୁକ୍ତି ଅନୁଯାୟୀ ନୀଳଗିରିକୁ ବିଶେଷ ଅଧିକାର ସ୍ୱରୂପ ଜିଲ୍ଲା ମାନ୍ୟତା ହକଦାର ବୋଲି ନୀଳଗିରି ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆବାହକ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଦୃଢ଼ ମତବ୍ୟକ୍ତ କରିଛନ୍ତି । ତେଣୁ ଯେତେ ଶୀଘ୍ର ଜିଲ୍ଲା ଘୋଷଣା କରାଯାଇ ଆଦିବାସୀ ଅଧ୍ୟୁଷିତ ନୀଳଗିରି ସ୍ଵତନ୍ତ୍ର କ୍ଷମତା ହାସଲ କଲେ ନୀଳଗିରି ଅଞ୍ଚଳରେ ବିକାଶ ହୋଇପାରିବ ବୋଲି କୁହାଯାଇଛି । ଅନ୍ୟପଟେ ଦାବି ପୂରଣ ନ ହେବା ଯାଏଁ ଏମିତି ଆନ୍ଦୋଳନ ଜାରି ରହିବା ନେଇ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ପୁଣି ତେଜିଲା କଣ୍ଟାବାଞ୍ଜି ଜିଲ୍ଲା ମାନ୍ୟତା ଦାବି, ୧୨ ଘଣ୍ଟିଆ ବନ୍ଦ ଡାକରା

ସେହିପରି କିଛି ଦିନ ପୂର୍ବେ କଳାହାଣ୍ଡି ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଚାଲିଥିଲା ଗଣ ଆନ୍ଦୋଳନ । ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଏଥିରେ ବିଭିନ୍ନ ସାମାଜିକ ସଙ୍ଗଠନ, କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହା ସହ ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଥିଲେ । ତେବେ ୨୧ ଦିନ ହେଲା ବିଭିନ୍ନ ସଂଗଠନ ଏବଂ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ସାମିଲ ହୋଇ ଆନ୍ଦୋଳନ କରିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details