ଓଡିଶା

odisha

ETV Bharat / state

108 ଆମ୍ବୁଲାନ୍ସ ଉପରେ ଆକ୍ରମଣ ଅଭିଯୋଗ - Balasore latest news

ବାଲେଶ୍ଵର ମେଡିକାଲରେ 108 ଆମ୍ବୁଲାନ୍ସ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଘରୋଇ ଆମ୍ବୁଲାନ୍ସ କର୍ମଚାରୀମାନେ ଏମିତି କାମ କରିଥିବା 108 ଆମ୍ବୁଲାନ୍ସ କ୍ଲଷ୍ଟର ମ୍ୟାନେଜର ଅଭିଯୋଗ କରିଛନ୍ତି ।

108 ଆମ୍ବୁଲାନ୍ସ ଉପରେ ଆକ୍ରମଣ ଅଭିଯୋଗ
108 ଆମ୍ବୁଲାନ୍ସ ଉପରେ ଆକ୍ରମଣ ଅଭିଯୋଗ

By

Published : Jun 6, 2020, 7:43 PM IST

Updated : Jun 6, 2020, 8:05 PM IST

ବାଲେଶ୍ବର: ଜିଲ୍ଲାରେ ଅଭାବନୀୟ ଘଟଣା । 108 ଆମ୍ବୁଲାନ୍ସ ଉପରେ ଆକ୍ରମଣ । ଏନେଇ 108 ଆମ୍ବୁଲାନ୍ସ ଅଧିକାରୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ଖବରମୁତାବକ, ସୋରରୁ ଜଣେ ରୋଗୀ ନେଇ ବାଲେଶ୍ଵର ମେଡିକାଲ ଆସିଥିବା 108 ଆମ୍ବୁଲାନ୍ସ ଉପରେ ଘରୋଇ ଆମ୍ବୁଲାନ୍ସର 2ଜଣ କର୍ମଚାରୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରୋଗୀଙ୍କୁ କଟକ ନେବା ପାଇଁ ଡାକ୍ତର ପରାମର୍ଶ ଦେବା ପରେ 2ଜଣ ଯୁବକ 108 ଆମ୍ବୁଲାନ୍ସ କର୍ମଚାରୀଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହ ଆମ୍ବୁଲାନ୍ସର ବାମପଟ ଡୋର କାଚ ଭାଙ୍ଗି ଦେଇଥିବା ଜଣାପଡିଛି ।

108 ଆମ୍ବୁଲାନ୍ସ ଉପରେ ଆକ୍ରମଣ ଅଭିଯୋଗ

ଏନେଇ 108 ଆମ୍ବୁଲାନ୍ସ କ୍ଲଷ୍ଟର ମ୍ୟାନେଜର ଥାନାରେ ଅଭିଯୋଗ କରିଛନ୍ତି । ଘରୋଇ ଆମ୍ବୁଲାନ୍ସ କର୍ମଚାରୀମାନେ ଏମିତି କାମ କରିଥିବା ସେ ଅଭିଯୋଗ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 6, 2020, 8:05 PM IST

ABOUT THE AUTHOR

...view details