ବାଲେଶ୍ବର:ଜିଲ୍ଲାର ନୀଳଗିରି ଉପଖଣ୍ଡ ଡାଲଙ୍ଗିଆ ଗ୍ରାମରେ ଏକ ଚାଷଜମିରେ ଲାଗିଥିବା ଜାଲରୁ ଏକ ବିଶାଳ ଅଜଗରକୁ ଉଦ୍ଧାର କରାଯାଇଛି । ଅଜଗରର ଲମ୍ବ ପ୍ରାୟ 10 ଫୁଟ ହେବ ବୋଲି ଗ୍ରାମବାସୀ ଆକଳନ କରିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ କସବା ଜୟପୁର ପଞ୍ଚାୟତ ଡାଲଙ୍ଗିଆ ଗ୍ରାମର ଦିବାକର ସ୍ବାଇଁ ତାଙ୍କ ଚାଷଜମିରେ ଜାଲ ବିଛାଇଥିଲେ । ତେବେ ଏହି ଜାଲରେ ଏକ ବିରାଟକାୟ ଅଜଗର ସାପ ଫସିଯାଇଥିଲା । ଗ୍ରାମବାସୀ ଏହି ଅଜଗର ସାପଟିକୁ ଦେଖିବା ପରେ ସ୍ନେକ ହେଲପଲାଇନକୁ ଯୋଗାଯୋଗ କରିଥିଲେ ।