ଓଡିଶା

odisha

By

Published : Aug 11, 2019, 9:08 PM IST

ETV Bharat / state

ବଜ୍ରାଘାତରେ ବଙ୍ଗୀୟ ପର୍ଯ୍ୟଟକ ମୃତ

ବଜ୍ରପାତ ଯୋଗୁଁ ଭୋଗରାଇ ଅଞ୍ଚଳରେ ଦୁଇ ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ପର୍ଯ୍ୟଟକଙ୍କୁ ଦିଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଭୋଗରାଇ ଅଞ୍ଚଳରେ ବଜ୍ରଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଭୋଗରାଇ ଥାନା ତାଳସାରି ବେଳାଭୂମିରେ ଦୁଇ ଜଣ ବଙ୍ଗୀୟ ପର୍ଯ୍ୟଟକ ବୁଲିବାକୁ ଆସିଥିବା ବେଳେ ବଜ୍ରପାତ ହୋଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଦୀଘା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ଜଣକ ପଶ୍ଚିମବଙ୍ଗର ଡାନକୁଣୀ ଅଞ୍ଚଳର ରାକେଶ କଲେ ବୋଲି ଜଣା ପଡିଛି ।

ଅନ୍ୟପକ୍ଷେ ଗୁରୁତର ଜଣକ ପାଥର ପ୍ରତିମା ଚବିଶି ପ୍ରଗଣା ଗ୍ରାମର ସୁମନ କୁମାର ବୋରା ବୋଲି ଜଣା ପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟେତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details