ଓଡିଶା

odisha

ETV Bharat / state

ବାଲେଶ୍ବରରୁ 1 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, 1 ଗିରଫ - excised department seized in baleswar

ବାଲେଶ୍ବର ସଦର ଅବକାରୀ ବିଭାଗ ଦ୍ଵାରା  ବସ୍ତା ଥାନା ଛାନୁଆ ଅଞ୍ଚଳରେ ଚଢ଼ାଉ କରି 12 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Nov 25, 2019, 2:07 PM IST

ବାଲେଶ୍ବର: ଚଢାଉ ବେଳେ 12 ଗ୍ରାମ ବ୍ରାଉନସୁଗାର ଜବତ କଲେ ଅବକାରୀ ବିଭାଗ । ବାଲେଶ୍ବର ସଦର ଅବକାରୀ ବିଭାଗ ଦ୍ଵାରା ବସ୍ତା ଥାନା ଛାନୁଆ ଅଞ୍ଚଳରେ ଚଢ଼ାଉ କରି 12 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, ସୋମବାର ଏକ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏସଆଇ ଅର୍ଜୁନ ମଲିକ ଛାନୁଆ ଅଞ୍ଚଳରେ ଚଢ଼ାଉ କରିଥିଲେ । ଚଢାଉ ବେଳେ 12 ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ନିଶାକର ପାତ୍ର ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 1 ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details