ବଲାଙ୍ଗୀର:ବଲାଙ୍ଗୀର ଶୀତଳଷଷ୍ଠୀ ମହୋତ୍ସବ ସମୟରେ ଅଶାନ୍ତ ହୋଇଛି ସହର। ମଙ୍ଗଳବାର ବିଳମ୍ବିତ ରାତିରେ ଶୀତଳ ଷଷ୍ଠୀ ଯାତ୍ରା ଦେଖି ଫେରୁଥିବାବେଳେ ଘଟିଛି ଅଘଟଣ । ବଲାଙ୍ଗୀର ଟାଉନ ଥାନା ନିକଟସ୍ଥ ନୃସିଂହ ମନ୍ଦିର ନିକଟରେ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ଛୁରାମାଡରେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତେବେ ମୃତକ ଜଣକ ବିଟୁ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ବିଟୁ ଓ ତାଙ୍କ ସାଙ୍ଗ ବଲାଙ୍ଗୀରରେ ଅନୁଷ୍ଠିତ ଶୀତଳଷଷ୍ଠୀ ଯାତ୍ରୀ ଦେଖି ବିଳମ୍ବିତ ରାତିରେ ଫେରୁଥିଲେ । ସେହି ସମୟରେ ବଲାଙ୍ଗୀର ନୃସିଂହ ମନ୍ଦିର ପଛ ଗଳିରେ ହଠାତ ନିଶା ଶକ୍ତ ଯୁବକ ଆସି ସେମାନଙ୍କୁ ଅଟକାଇଥିଲେ । ଏନେଇ ସେମାନଙ୍କୁ କାହିଁକି ଅଟକାଉଛ ବୋଲି ପଚାରିବାରୁ ଜଣେ ଯୁବକ ଛୁରି କାଢ଼ି ଅତର୍କିତ ଆକ୍ରମଣ କରିଥିଲା । ଯେଉଁଥିରେ ବିଟୁର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ସୂଚନା ମିଳିବା ପରେ ପୋଲିସ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଛି । ତା ସହିତ ମୃତ ଯୁବକର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏହି ଘଟଣାରେ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି ।