ଓଡିଶା

odisha

By ETV Bharat Odisha Team

Published : Oct 5, 2023, 4:26 PM IST

ETV Bharat / state

ଅନୈତିକ ସମ୍ପର୍କ ସନ୍ଦେହ କରି ହତ୍ୟା, ସାଙ୍ଗକୁ କୂଅକୁ ଠେଲି ଦେଇଥିଲା ସାଙ୍ଗ

ଅନୈତିକ ସମ୍ପର୍କ ସନ୍ଦେହ କରି ସାଙ୍ଗର ଜୀବନ ନେଲା ସାଙ୍ଗ । ଏହି ଘଟଣା ଉପରୁ ପରଦା ଉଠାଇଥିବା ବେଳେ 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ପୋଲିସ । ଅଧିକ ପଢନ୍ତୁ

friend killed another friend
friend killed another friend

friend killed another friend

ବଲାଙ୍ଗୀର: ଅନୈତିକ ସମ୍ପର୍କ ହେଲା କାଳ । ସାଙ୍ଗକୁ ହତ୍ୟା କଲା ସାଙ୍ଗ । 26 ତାରିଖରେ ବଲାଙ୍ଗୀର ପୁଇନ୍ତଲା ଥାନା ଅନ୍ତର୍ଗତ ଖଲିଆପାଲି ଗ୍ରାମରୁ ଉଦ୍ଧାର କରାଯାଇଥିବା ନିରୱେଲ କୁମ୍ଭାରଙ୍କ ମୃତ୍ୟୁ ଉପରୁ ପରଦା ହଟାଇବାରେ ସଫଳ ହୋଇଛି ପୋଲିସ । ସାଙ୍ଗର ସ୍ତ୍ରୀ ସହିତ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହରେ ସାଙ୍ଗର ଜୀବନ ନେଲା ସାଙ୍ଗ । ଏହି ଘଟଣାରେ ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅଭିଯୋଗ ଅନୁସାରେ,ଖଲିଆପାଲି ଗ୍ରାମର ଯୁବକ ନିରୱେଲ କୁମ୍ଭାର ଗତ 24 ତାରିଖରେ ହଠାତ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ସତ୍ତ୍ବେ ନପାଇବା କାରଣରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ଗତ 26 ତାରିଖରେ ଗାଁ ମୁଣ୍ଡରେ ଥିବା ଏକ କୂଅରୁ ସଂପୃକ୍ତ ଯୁବକର ମୃତଦେହ ଉଦ୍ଧାର କରିଥିଲା ପୋଲିସ । ତେବେ ମୃତଦେହ ଉଦ୍ଧାର ହେବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ପୁଇନ୍ତଲା ଥାନା ଅଧିକାରୀ ଏସପିଙ୍କ ତତ୍ତ୍ଵାବଧାନରେ ତଦନ୍ତ ଆରମ୍ଭ ହୋଇଥିଲା । ତେବେ ତଦନ୍ତ କରି ପୋଲିସ ଉକ୍ତ ଗ୍ରାମର ଛବିଳ ନାଗ ଓ ସୁକାନ୍ତ ନାଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହା ମଧ୍ୟ ପଢନ୍ତୁ: ଭାଉଜକୁ ଗୁଳି କଲା ଦିଅର, ଭାଇ ନାଁରେ ଏତଲା ଦେଲା ଭାଇ

ତେବେ ଏହି ଘଟଣାକୁ ନେଇ ବଲାଙ୍ଗୀର ଏସଡିପିଓ ତୁଫାନ ବାଗ କହିଛନ୍ତି ଯେ, "ନିରୱେଲ କୁମ୍ଭାରଙ୍କ ସହ ଛବିଳ ନାଗ ଓ ସୁକାନ୍ତ ନାଗଙ୍କ ସହ ବନ୍ଧୁତା ରହିଥିଲା । ତେବେ ସୁକାନ୍ତ ନାଗ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିଥିବା ନେଇ ତାଙ୍କ ନାଁରେ ଅନେକ ମାମଲା ରହିଛି । ଅନ୍ୟପଟେ ଛବିଳ ନାଗ ବାହାର ରାଜ୍ୟରେ ରହି କାମ କରୁଥିଲେ । ତେବେ ଘରକୁ ଆସିଥିବା ବେଳେ ମୃତ ନିରୱେଲ କୁମ୍ଭାର ସହିତ ତାର ସ୍ତ୍ରୀର ଅନୈତିକ ସମ୍ପର୍କ ଥିବାର ସନ୍ଦେହ କରିଥିଲା । ପରେ ଛବିଳ ନାଗ ଓ ସୁକାନ୍ତ ନାଗ ମିଶି ନିରୱେଲକୁ ଗାଁ ପୋଖରୀ ପାଖକୁ ଡାକି ନିର୍ଦ୍ଧୁମ ମାଡ ମାରିଥିଲେ । ଏହାପରେ କ୍ରୋଧ ବଶବର୍ତ୍ତି ହୋଇ ଜୀବିତ ଅବସ୍ଥାରେ କୂଅରେ ଫିଙ୍ଗି ଦେଇଥିଲେ। ତେବେ କୂଅରେ ପଡି ତାଙ୍କର ମୃତ୍ୟୁ ହୋଇଥିଲା।"

ତେବେ ଏହି ଘଟଣା ପରେ ଦୁଇ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ । ସେପଟେ ପୋଲିସ୍ କୂଅରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ସାଇନ୍ତିଫିକ୍ ଟିମ୍ ସହ ତଦନ୍ତ ଆରମ୍ଭ କରିଥିଲା । ତେବେ ସୁକାନ୍ତ ନାଗ ସୋନପୁର ଜିଲ୍ଲା ତରଭା ଅଞ୍ଚଳରେ ଲୁଚିଥିବା ଖବର ପାଇଁ ତରଭା ପୋଲିସ ଗିରଫ କରି ବଲାଙ୍ଗୀର ପୋଲିସକୁ ହସ୍ତାନ୍ତର କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପୁଇନ୍ତଲା ପୋଲିସ୍ ଅନ୍ୟ ଜଣେ ଅଭିଯୁକ୍ତ ଛବିଳ ନାଗକୁ ଗିରଫ କରିବାରେ ସଫଳ ହୋଇଛି । ଉଭୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details