ବଲାଙ୍ଗୀର:ଶ୍ବଶୁର ଘରେ ଜ୍ବାଇଁର ମୃତ୍ୟୁ ହୋଇଥିବାବେଳେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ତେବେ ଏହି ଘଟଣାର ଛାନ ଭିନ୍ କରୁଛି ପୋଲିସ ।
ମୃତ ବ୍ୟକ୍ତି ଜଣକ ହେଉଛନ୍ତି ମୁରିବାହାଲ ଥାନା ବାନ୍ଧୁପଲା ପଞ୍ଚାୟତ ନୁଆମୁଣ୍ଡା ଗାଁର ମନୋରଞ୍ଜନ ମାଝି । ମୃତକଙ୍କ ବାପାଙ୍କ କହିବା ଅନୁଯାୟୀ ମନୋରଞ୍ଜନ ଗତକାଲି ତାଙ୍କ ଶ୍ବଶୁର ଘରକୁ ଲଖନା ଗାଁକୁ ଯାଇଥିଲେ । ହେଲେ ସନ୍ଧ୍ୟାରେ ତାଙ୍କ ନିକଟକୁ ଫୋନ ଆସିଥିଲା ଯେ ମନୋରଞ୍ଜନ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ହେଲେ ମନୋରଞ୍ଜନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅକୁ ହତ୍ୟା କରାଯାଇଛି । ବିଦ୍ୟୁତ ଲାଗି ମୃତ୍ୟୁ ହୋଇଥିବା ମିଥ୍ୟା ଅଭିଯୋଗ କରୁଛନ୍ତି ।