ବଲାଙ୍ଗୀର: ଉପରଝର ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ଚିତ୍ତରଞ୍ଜନ ପ୍ରଧାନ ବୋଲି ଜଣାପଡିଛି ।
ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ - ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ
ଉପରଝର ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ଚିତ୍ତରଞ୍ଜନ ପ୍ରଧାନ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...
ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ
ସୂଚନାଯୋଗ୍ୟ, ଉପରଝର ଗ୍ରାମରେ ଚିତ୍ତରଞ୍ଜନ ପ୍ରଧାନ ନିଜ ଘରେ ବିଦ୍ୟୁତ ସଜାଡୁ ଥିବା ବେଳେ ବିଦ୍ୟୁତ ଆଘାତ ଲାଗିଥିଲା। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଘର ଲୋକେ ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣାରେ ଦେଓଗାଁ ପୋଲିସ ତଦନ୍ତ କରୁଥିବା ବେଳେ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ