ବଲାଙ୍ଗୀର: ବୁଧବାର କୃଷି ଆଇନକୁ ବିରୋଧ କରି ଜିଲ୍ଲା ଯୁବ କଂଗ୍ରେସ ରାସ୍ତାକୁ ଓହ୍ଲାଇଥିଲା। ତେବେ କେନ୍ଦ୍ରର ନୂତନ କୃଷି ଆଇନକୁ ବିରୋଧ ଓ ଆନ୍ଦୋଳନରତ ଥିବା ଚାଷୀଙ୍କୁ ସମର୍ଥନ ଦେଇ ଯୁବ କଂଗ୍ରେସ ମସାଲ ଶୋଭାଯାତ୍ରା କରିଥିଲା। ଯେଉଁଥିରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ମସାଲ ଶୋଭାଯାତ୍ରା କରିଥିଲେ।
ବଲାଙ୍ଗୀରରେ କେନ୍ଦ୍ର କୃଷି ଆଇନକୁ ଯୁବ କଂଗ୍ରେସର ବିରୋଧ - congress
ବଲାଙ୍ଗୀରରେ କେନ୍ଦ୍ର କୃଷି ଆଇନକୁ ବିରୋଧ । ଆନ୍ଦୋଳନରତ ଥିବା ଚାଷୀଙ୍କୁ ସମର୍ଥନ କରି ଜିଲ୍ଲା ଯୁବ କଂଗ୍ରେସର ମସାଲ ଶୋଭାଯାତ୍ରା। ଅଧିକ ପଢନ୍ତୁ...

ବଲାଙ୍ଗୀରରେ କେନ୍ଦ୍ର କୃଷି ଆଇନକୁ ଯୁବ କଂଗ୍ରେସର ବିରୋଧ
ବଲାଙ୍ଗୀରରେ କେନ୍ଦ୍ର କୃଷି ଆଇନକୁ ଯୁବ କଂଗ୍ରେସର ବିରୋଧ
କୃଷକ ଦୀର୍ଘ ମାସ ହେବ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ବେଳେ କୃଷି ବିରୋଧୀ ମୋଦି ସରକାର ଏହାକୁ କର୍ଣ୍ଣପାତ କରୁନଥିବାର ଏମାନେ ଅଭିଯୋଗ କରିଛନ୍ତି । ତେବେ ଆଗକୁ କୃଷି ଆଇନ ରଦ୍ଧ କରାନଗଲେ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ
Last Updated : Dec 31, 2020, 2:13 PM IST