ଓଡିଶା

odisha

ETV Bharat / state

ପୂର୍ବ ଶତୃତାକୁ କେନ୍ଦ୍ର କରି ତୁମୁଳ କାଣ୍ଡ: ପାଟଣାଗଡ଼ରେ ଯୁବକକୁ ଟାଙ୍ଗିଆରେ ହାଣି ହତ୍ୟା - patnagada murder case

ବଲାଙ୍ଗୀର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ଟାଙ୍ଗିଆରେ ହାଣି ହତ୍ୟା । ମୁଖ୍ୟ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ

ପୂର୍ବ ଶତୃତାକୁ କେନ୍ଦ୍ର କରି ତୂମୁଳ କାଣ୍ଡ :ପାଟଣାଗଡ଼ରେ ଯୁବକକୁ ଟାଙ୍ଗିଆରେ ହାଣି ହତ୍ୟା
ପୂର୍ବ ଶତୃତାକୁ କେନ୍ଦ୍ର କରି ତୂମୁଳ କାଣ୍ଡ :ପାଟଣାଗଡ଼ରେ ଯୁବକକୁ ଟାଙ୍ଗିଆରେ ହାଣି ହତ୍ୟା

By ETV Bharat Odisha Team

Published : Sep 1, 2023, 8:09 PM IST

ପୂର୍ବ ଶତୃତାକୁ କେନ୍ଦ୍ର କରି ତୂମୁଳ କାଣ୍ଡ :ପାଟଣାଗଡ଼ରେ ଯୁବକକୁ ଟାଙ୍ଗିଆରେ ହାଣି ହତ୍ୟା

ବଲାଙ୍ଗୀର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକକୁ ନିର୍ମମ ହତ୍ୟା । ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ । ଅଧିକ ତଦନ୍ତ ଜାରି । ବଲାଙ୍ଗୀର ପାଟଣାଗଡ଼ରେ ଏହି ହତ୍ୟାକାଣ୍ଡ ଘଟିଛି । ତେବେ ପାଟଣାଗଡ଼ ଟିକାବାଲିପଡ଼ାର ଯୁବକ ଜିତେନ୍ ଧୁବଳକୁ ବିଚ୍ ରାସ୍ତାରେ ଟାଙ୍ଗିଆରେ ହାଣି ହତ୍ୟା କରା ଯାଇଛି । ସେପଟେ ପାଟଣାଗଡ଼ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ଉଆଁସୁ ପୋଢ଼କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ମୃତକଙ୍କ ପରିବାର ଲୋକଙ୍କ ସୂଚନା ଅନୁସାରେ ଜିତେନ୍ ଧୁବଲ୍ ଓ ଉଆଁଶୁ ପୋଢ଼ର ପରିବାର ଗତ ବର୍ଷ କର୍ଣ୍ଣାଟକ ଦାଦନ ଖଟିବାକୁ ଯାଇଥିଲେ । ଏବଂ ସେଠି ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ତେବେ ସେଠି ଉଆଁସୁ ପୋଢ଼ ଜୀତେନ ଧୁବଳର ମା'ଙ୍କୁ ଗାଳିଗୁଲଜ କରିବାରୁ ତାଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥିଲା । ସେପଟେ ଜିତେନ ଧୁବଳର ପରିବାର ନିଜ ଗାଁକୁ ଫେରିଥିବା ବେଳେ ଏବେ ଉଆଁସୁ ପୋଢ଼ର ପରିବାର ମଧ୍ୟ ଗାଁକୁ ଫେରିଥିଲେ । ତେବେ ଫେରିବା ପରେ ମଧ୍ୟ ଉଆଁସୁ, ଜିତେନ ଧୁବଲ ଓ ତାଙ୍କ ପରିବାରକୁ ବିଭିନ୍ନ ସମୟରେ ଗାଳି ଗୁଲଜ କରୁଥିବା ଜିତେନ୍ ଧୁବଲ ଓ ତାଙ୍କ ବାପା ରାଜି ଧୁବଳ ଜାଣିବାକୁ ପାଇଥିଲେ ।

ଗତକାଲି(ଗୁରୁବାର) ରାତିରେ ଉଆଁସୁ ପୋଢ଼କୁ ବିଚ୍ ରାସ୍ତାରେ ଅଟକାଇ ଦୁର୍ବ୍ୟବାହରର କାରଣ ପଚାରିଥିଲେ । ଏହି ସମୟରେ ଉଆଁସୁ ପୋଢ଼ ଏକ ଟାଙ୍ଗିଆ ଓ ଲୁହା ରଡରେ ସେମାନଙ୍କୁ ଆକ୍ରମଣ କରିଥିଲା । ତେବେ ଏଥିରେ ଜିତେନ୍ ଧୁବଲ ଗୁରୁତର ଆହତ ହୋଇଥିବା ବେଳେ ପାଟଣାଗଡ଼ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ପାଟଣାଗଡ଼ ଡାକ୍ତରଖାନାକୁ ନେଇ ଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ପୋଲିସ୍ ଉଆଁସୁ ପୋଢ଼କୁ ଗିରଫ କରିଥିବା ବେଳେ ଆଜି ହତ୍ୟା ମାମଲାରେ ତାକୁ କୋର୍ଟ ଚାଲାଣ କରିଛି ।

ଏହା ମଧ୍ୟ ପଢନ୍ତୁ...ଯୁବକଙ୍କୁ ହତ୍ୟା କରି ଗଛରେ ଟାଙ୍ଗିବା ଘଟଣାରେ ୪ ଅଭିଯୁକ୍ତ କୋର୍ଟ ଚାଲାଣ

ତେବେ ପାଟଣାଗଡ଼ ଏସ୍‌ଡିପି ଓ ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି, "ଗତକାଲି ରାତିରେ ପାଟଣାଗଡ଼ ପୋଲିସ ପାଖରେ ଅଭିଯୋଗ ହୋଇଥିଲା । ପୋଲିସ୍ ଘଟଣା ସ୍ଥଳକୁ ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜିତେନ୍ ଧୁବଲକୁ ଉଦ୍ଧାର କରିଥିଲା । ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ମୃତ ଜିତେନ୍ ଧୁବଳଙ୍କ ବାପା ରାଜୁ ଧୁବଲର ଲିଖିତ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରି ପୋଲିସ ମୁଖ୍ୟ ଅଭିଯୁକ୍ତ ଉଆଁସୁ ପୋଢ଼କୁ ଗିରଫ କରିଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ, ଲୁହାରଡ୍‌ ପୋଲିସ୍ ଜବତ କରିଥିବାର ଜଣା ପଡ଼ିଛି । ତେବେ ଏହି ଦୁଇ ପରିବାର ଗତ ବର୍ଷ କର୍ଣ୍ଣାଟକ ଇଟା ଗଢ଼ିବାକୁ ଯାଇଥିବା ବେଳେ ସେଠି ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ଉଆଁସୁ ପୋଢ଼କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ସୂଚନା ମିଳିଛି ।


ଇଟିଭି ଭାରତ,ବଲାଙ୍ଗୀର

ABOUT THE AUTHOR

...view details