ବଲାଙ୍ଗୀର:ପିକନିକ୍ ଯିବା ହେଲା କାଳ । ନଦୀରେ ଗାଧୋଉଥିବା ବେଳେ ବୁଡିଯାଇ ଯୁବକ ନିଖୋଜ । ୨୪ ଘଣ୍ଟା ପରେ ମଧ୍ୟ ଯୁବକଙ୍କ କୌଣସି ପତ୍ତା ମିଳୁନି । ବଲାଙ୍ଗୀର ଜିଲ୍ଲା ଗୁଡଭେଳା ବ୍ଲକ ଜାମୁଟ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ନିଖୋଜ ଯୁବକ ହେଉଛନ୍ତି ବଲାଙ୍ଗୀରର ରାକେଶ ପୁରୋହିତ । ସେ ଜାମୁଟ ଗ୍ରାମ ସ୍ଥିତ ରାହୁଲ ନଦୀର ଗଦଗଦା ଅଞ୍ଚଳକୁ ବଣଭୋଜି ପାଇଁ ଯାଇଥିଲେ । ନଦୀରେ ଗାଧୋଉଥିବା ବେଳେ ତାଙ୍କ ଗୋଡ ଖସିଯିବାରୁ ସେ ନିଖୋଜ ହୋଇଯାଇଛନ୍ତି । ଉଦ୍ଧାରକାରୀ ଦଳ କାଲିଠୁ ତାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି ।
ସୂଚନା ମୁତାବକ, ବଲାଙ୍ଗୀର ପେଲେଶ ଲାଇନ ନିବାସୀ ରାକେଶ ପୁରୋହିତ ମେଡିସିନ ରିପ୍ରେଜେଣ୍ଟେଟିଭ ଭାବରେ କାର୍ଯ୍ୟ କରନ୍ତି । ଗତକାଲି କୋଶଳ ମହାବନ୍ଦରେ ରାକେଶ ଓ ତାଙ୍କର କିଛି ସାଙ୍ଗ ମିଶି ବଣଭୋଜି କରିବାକୁ ରାହୁଲ ନଦୀର ଗଦଗଦା ଅଞ୍ଚଳକୁ ଯାଇଥିଲେ । ଭୋଜି ସମୟରେ ରାକେଶ ଗାଧୋଇବାକୁ ନଦୀରେ ପଶିଥିଲେ । ହେଲେ ଅସାବଧାନତା ବଶତଃ ତାଙ୍କର ଗୋଡ଼ ଖସିଯିବାରୁ ସେ ଘାଇରେ ପଡ଼ି ନିଖୋଜ ହୋଇଯାଇଥିଲେ । ସାଙ୍ଗମାନେ ବହୁ ଖୋଜାଖୋଜି କରିବା ପରେ ତାଙ୍କର ପତ୍ତା ନମିଳିବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ: ସହିପାରିଲେନି ସ୍ବାମୀଙ୍କ ବିୟୋଗ, ଏକା ସାଙ୍ଗେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ଜୁଇ