ବଲାଙ୍ଗୀର: ଆଜି ରାସ୍ତା କଡ଼ରୁ ଜଣେ ଯୁବକର ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ଯାହାକୁ ନେଇ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବେଲପଡ଼ା ରାସ୍ତା ଗଞ୍ଜାବାହାଳ ଗ୍ରାମ ନିକଟ ରାସ୍ତା କଡ଼ରେ ଏହି ଯୁବକର ମୃତଦେହ ପଡିଥିବାର ଗ୍ରାମବାସୀ ଦେଖିବାକୁ ପାଇବା ପରେ ବଙ୍ଗୋମୁଣ୍ଡା ପୋଲିସକୁ ଏହାର ସୂଚନା ଦେଇଥିଲେ।
ରାସ୍ତାକଡ଼ରୁ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର - deadbody found in balangiri
ବଲାଙ୍ଗୀରରେ ରାସ୍ତା କଡରୁ ମିଳିଲା ଯୁବକଙ୍କ ମୃତଦେହ । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ...
ରାସ୍ତାକଡ଼ରୁ ଯୁବକର ମୃତଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲା ପରିବାର
ତେବେ ଖବର ପାଇ ବଙ୍ଗୋମୁଣ୍ଡାରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରୁ ମୃତ ଯୁବକ ଜଣକ ଗଞ୍ଜାବହାଳ ଗ୍ରାମର ଗଣ ବଛା ବୋଲି ପରିଚୟ ମିଳିଛି। ସେପଟେ ଗତକାଲି ଠାରୁ ସେ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇ ଆଉ ଘରକୁ ଫେରି ନଥିବାବେଳେ ତାଙ୍କୁ ହତ୍ୟା କରି ଏଠି ଫିଙ୍ଗି ଦିଆ ଯାଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ