ବଲାଙ୍ଗୀର: ଜିଲ୍ଲାର ଆଗଲପୁର ବ୍ଲକ ଝରଣୀ ଗ୍ରାମରୁ ସୋମବାର ଜଣେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏକତରଫା ପ୍ରେମ ଯୋଗୁଁ ଯୁବକ ଜଣକ ଆତ୍ମହତ୍ୟା କରିଥାଇପାରେ ବୋଲି ଲୋକମାନେ ସନ୍ଦେହ କରୁଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ବର୍ଗଫ ଜିଲ୍ଲାର ହୋଇଥିବା ବେଳେ ତାର ପରିଚୟ ପରେଶ ପ୍ରଧାନ ବୋଲି ଜଣାପଡ଼ିଛି । ତେବେ ଏହି ଯୁବକ ଅନ୍ୟ କିଛି ଯୁବକଙ୍କ ସହ ଧାନ କଟା ମେସିନ ନେଇ ଝରଣୀ ଗ୍ରାମକୁ କାମ ପାଇଁ ଆସିଥିଲା। । ସୋମବାର ଫୋନରେ ଜଣକ ସହ କଥା ହେବା ପରେ ସେ ନିଖୋଜ ହୋଇଯାଇଥିଲା । ସନ୍ଧ୍ୟା ହୋଇଯିବା ପରେ ଯୁବକ ଜଣକ ନ ଫେରିବାରୁ ତା' ସହ କାମ କରୁଥିବା ଲୋକମାନେ ଖୋଜାଖୋଜି କରିଥିଲେ ।