ଓଡିଶା

odisha

ETV Bharat / state

ଯୁବତୀଙ୍କୁ ପ୍ରେମ ନିବେଦନ ପାଇଁ ପାଣି ଟାଙ୍କି ଉପରେ ଚଢିଗଲେ ଯୁବକ, ଅଳ୍ପକେ ବର୍ତ୍ତିଗଲା ଜୀବନ - ପାଣି ଟାଙ୍କି ଉପରେ ଚଢିଗଲେ ଯୁବକ

ପାଣି ଟାଙ୍କି ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 11, 2023, 9:28 AM IST

Updated : Apr 11, 2023, 9:51 AM IST

young man attempt Suicide

ବଲାଙ୍ଗୀର: ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ ଯୁବକ । ପ୍ରେମକୁ ପାଇବା ପାଇଁ ପାଣି ଟାଙ୍କି ଉପରେ ଚଢିଗଲେ । ଯୁବତୀଙ୍କୁ ପ୍ରେମ ନିବେଦନ ପାଇଁ ପାଣିଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଅଳ୍ପକେ ବର୍ତ୍ତିଗଲା ଯୁବକଙ୍କ ଜୀବନ । ପ୍ରେମିକାକୁ ପାଇବା ପାଇଁ ଜିଦ୍‌ରେ ଅଡି ବସିଲେ ସତ କିନ୍ତୁ ଘଟଣାସ୍ଥଳକୁ ଆସିଲେ ନାହିଁ ଯୁବତୀ। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା କୁଥୂର୍ଲା ଗ୍ରାମରେ। ଯୁବକ ଜଣଙ୍କ ହେଉଛନ୍ତି ପିନ୍ଟୁ ହର୍ପାଲ।

କୁଥୂର୍ଲା ଗ୍ରାମର ପିନ୍ଟୁ ହର୍ପାଲ ଗତକାଲି(ସୋମବାର) ସିନେମା ଢଙ୍ଗରେ ଯୁବତୀଙ୍କୁ ପ୍ରେମ ନିବେଦନ କରିବା ପାଇଁ ଗାଁ ମୁଣ୍ଡରେ ଥିବା ପାଣି ଟାଙ୍କି ଉପରକୁ ଚଢ଼ି ଯାଇଥିଲା। ଅଶି ଫୁଟରୁ ଉର୍ଦ୍ଧ୍ବ ଉଚ୍ଚତା ବିଶିଷ୍ଟ ଟାଙ୍କି ଉପରେ ସେ ଅତି ବିପଦ ପୂର୍ଣ୍ଣ ଭାବରେ ବୁଲିବା ସହ ପାଟି କରିଥିଲା । ଯାହାକୁ ଦେଖି ଗ୍ରାମବାସୀ ଟାଙ୍କି ତଳେ ରୁଣ୍ଡ ହୋଇଯାଇଥିଲେ । ଏହାପରେ ଯୁବକଙ୍କୁ ତଳକୁ ଓହ୍ଲାଇ ଆସିବା ପାଇଁ କହିଥିଲେ । ଏପରିକି ଗାଁର କିଛି ଯୁବକ ମଧ୍ୟ ଉକ୍ତ ଯୁବକକୁ ତଳକୁ ଆଣିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଛେନାପୋଡ ଦିବସ: ଭାରି ସୁଆଦିଆ ଆମ ଛେନାପୋଡ, ଯିଏ ସ୍ୱାଦ ପାଇଛି ସେ ପୁଣି ଖୋଜିଛି

ଶେଷରେ ଏନେଇ ଗ୍ରାମବାସୀ ଦେଓଗାଁ ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଟାଙ୍କି ଉପରକୁ ଯୁବକଙ୍କ ଅଜାଣତରେ ବହୁ ଚତୁରତା ସହ ଚଢିଥିଲେ। ଏହାପରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକଙ୍କୁ ସେଠାରୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାପରେ ପିଣ୍ଟୁ ହର୍ପାଲଙ୍କୁ ପ୍ରଥମେ ଦେଓଗାଁ ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପରବର୍ତ୍ତି ସମୟରେ ବୁର୍ଲା ଡ଼ାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ମଦ ମୁକ୍ତ ହେବ ଖଣ୍ଡତରା ପଞ୍ଚାୟତ, ଅଣ୍ଟା ଭିଡିଲେ ମହିଳା

ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ସୋଲେ ହିନ୍ଦୀ ସିନେମାର ଧର୍ମେନ୍ଦ୍ରଙ୍କ ବିରୁ ସିନକୁ ମନେ ପକାଇଛନ୍ତି । ଏହି ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଏଯାଏଁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ଯୁବକ ଜଣଙ୍କ । ଅନ୍ୟପଟେ ଜିଲ୍ଲାର ସମସ୍ତ ପାଣି ଟାଙ୍କିରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଦାବି ହୋଇଛି । ଯୁବତୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।

ଇଟିଭି ଭାରତ, ବଲାଙ୍ଗୀର

Last Updated : Apr 11, 2023, 9:51 AM IST

ABOUT THE AUTHOR

...view details