ଓଡିଶା

odisha

ETV Bharat / state

ପାଳଗଦାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ - ବଲାଙ୍ଗୀରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକର ପାଳଗଦାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅଧିକ ପଢନ୍ତୁ...

Worth of 30 lakhs Ganja seized in Balangir, one person arrested
ପାଳଗଦାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

By

Published : Feb 8, 2021, 7:33 PM IST

ବଲାଙ୍ଗୀର:ଜିଲ୍ଲାର ଖପ୍ରାଖୋଲ ବ୍ଲକ ମାଲପଡା ଗାଁ ନିକଟରେ ପାଳଗଦା ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ 30 ଲକ୍ଷ ଟଙ୍କା ବୋଲି ଜଣାପଡିଛି ।

ପାଳଗଦାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗୀର ଅବକାରୀ ସଦର ନିରୀକ୍ଷକ ଉଦେଲାଲ ନାଏକଙ୍କ ନେତୃତ୍ବରେ ମୋବାଇଲ ଟିମ ପାଟ୍ରୋଲିଂ ସମୟରେ ଖପ୍ରାଖୋଲ ବ୍ଲକ ମାଲପଡା ଗାଁ ନିକଟରେ ଥିବା ଏକ ପାଳଗଦାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତି ।

ଜବତ ଗଞ୍ଜେଇର ଓଜନ 4 କୁଇଣ୍ଟାଲ ହୋଇଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ୩୦ ଲକ୍ଷ ହେବ ବୋଲି ଜଣାପଡିଛି । ସେହିପରି ଏହି ମାମଲାରେ ଖରିଆର ଅଞ୍ଚଳର ଅରୁଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଅବକାରୀ ସୂଚନା ଦେଇଛି । ସେହିପରି ଏଥିରେ ଆଉ କିଛି ଅଭିଯୁକ୍ତ ସାମିଲ ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରହିଥିବାର ସୂଚନା ଦେଇଛି ଅବକାରୀ ବିଭାଗ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details