ଓଡିଶା

odisha

ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ କାର୍ଯ୍ୟରତ ନର୍ସଙ୍କ ଆନ୍ଦୋଳନ - ସ୍ଥାୟୀ ନିଉକ୍ତି ଦାବିରେ ନର୍ସଙ୍କ ଆନ୍ଦୋଳନ

ବଲାଙ୍ଗୀର ଜିଲ୍ଲା ଭୀମଭୋଇ ମେଡ଼ିକାଲ କଲେଜର କାର୍ଯ୍ୟରତ ନର୍ସମାନେ ଗତ ତିନି ଦିନ ହେବ ସ୍ଥାୟୀ ନିଉକ୍ତି ଦାବିରେ ଆନ୍ଦୋଳନ କରୁଛନ୍ତି । ଦାବି ପୂରଣ ନହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଏମାନେ କହିଛନ୍ତି । ଅଧିକ ପଢନ୍ତୁ...

ସ୍ଥାୟୀ ନିଉକ୍ତି ଦାବିରେ କାର୍ଯ୍ୟରତ ନର୍ସଙ୍କ ଆନ୍ଦୋଳନ
ସ୍ଥାୟୀ ନିଉକ୍ତି ଦାବିରେ କାର୍ଯ୍ୟରତ ନର୍ସଙ୍କ ଆନ୍ଦୋଳନ

By

Published : Dec 13, 2020, 6:47 PM IST

ବଲାଙ୍ଗୀର: ଭୀମଭୋଇ ମେଡ଼ିକାଲ କଲେଜର କାର୍ଯ୍ୟରତ ନର୍ସ ମାନେ ଗତ ତିନି ଦିନ ହେବ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ କରୁଛନ୍ତି । ଦାବି ପୂରଣ ନହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଏମାନେ କହିଛନ୍ତି । ଆବଶ୍ୟକ ସମୟରେ ଯେତବେଳେ କେହି ଆଗକୁ ଆସିଲେ ନାହିଁ ଏମାନେ ନିଜ ଜୀବନକୁ ବାଜି ଲଗାଇ କୋରୋନା ରୋଗୀଙ୍କ ସେବା କଲେ । ସରକାର ସେ ସମୟରେ ତାଙ୍କୁ ଉତ୍ସାହିତ କରିବା ପାଇଁ କୋଭିଡ ଯୋଦ୍ଧା ମାନ୍ୟତା ଦେଇ ଘଣ୍ଟାବାଦ୍ୟ ଆକାଶରୁ ଫୁଲ ବର୍ଷା କରିଥିଲେ ।

କାମ ସରିଯିବା ପରେ ସରକାର ହତାଦର କରିବା ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜରେ କୋଭିଡ ପାଇଁ ନିଯୁକ୍ତ ଥିବା ନର୍ସମାନେ । ତେବେ କୋଭିଡ ସମୟରେ ରାଜ୍ୟ ସରକାର ଚୁକ୍ତି ଭିତ୍ତିକ ଓ ସ୍ୱଳ୍ପ ମିଆଦୀ ଚାକିରି ଏମାନଙ୍କୁ ପ୍ରଦାନ କରିଥିଲେ । 9 ମାସ ବିତିବା ପରେ ଏମାନଙ୍କୁ ଏବେ ବହିଷ୍କାର କରିବାର ନିଷ୍ପତ୍ତି ନେଇଛନ୍ତି । ଯାହାକୁ ତୀବ୍ର ବିରୋଧ କରିଛନ୍ତି କାର୍ଯ୍ୟରତ ନର୍ସ । ସ୍ଥାୟୀ ନିଯୁକ୍ତି ଦାବିରେ ତିନି ଦିନ ହେବେ ମେଡ଼ିକାଲ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି ମେଡିକାଲ ନର୍ସ । ସେହିପରି ରାଜ୍ୟରେ 6 ହଜାର ଷ୍ଟାଫ ନର୍ସ ଖାଲି ପଦବୀ ବାହାରି ଥିବା ବେଳେ ସେଥିରେ ଏମାନଙ୍କୁ ଆଗ୍ରଧିକାର ଦିଆଯାଇ ଚାକିରି ଦିଆଯାଉ ବୋଲି ଦାବି କରିଛନ୍ତି ।

ସ୍ଥାୟୀ ନିଉକ୍ତି ଦାବିରେ କାର୍ଯ୍ୟରତ ନର୍ସଙ୍କ ଆନ୍ଦୋଳନ

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details