ଓଡିଶା

odisha

ଏକାଧିକ ପ୍ରତିଭାର ଅଧିକାରୀ ଅସ୍ମୀ, 9 ବର୍ଷରୁ ଗିନିଜ ବୁକ ଅଫ୍ ରେକର୍ଡରେ ସ୍ଥାନ

By

Published : Apr 15, 2022, 8:51 PM IST

Updated : Apr 15, 2022, 9:00 PM IST

ମାତ୍ର ନଅ ବର୍ଷରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ସହ ଗଦା ଗଦା ଆୱାର୍ଡର ଅଧିକାରୀଣୀ ହୋଇ ପାରିଛନ୍ତି ଅସ୍ମୀ । ନାଚ, ଅଭିନୟ, ମଡେଲିଂ ସେଥିରେ ବି ପାଠ ସବୁଥିରେ ଆଗୁଆ ଏହି କୁନି ପ୍ରତିଭା । ଅଧିକ ପଢନ୍ତୁ

ଏକାଧିକ ପ୍ରତିଭାର ଅଧିକାରୀ ଅସ୍ମୀ, 9 ବର୍ଷରୁ ଗିନିଜ ବୁକ ଅଫ୍ ରେକର୍ଡରେ ସ୍ଥାନ
ଏକାଧିକ ପ୍ରତିଭାର ଅଧିକାରୀ ଅସ୍ମୀ, 9 ବର୍ଷରୁ ଗିନିଜ ବୁକ ଅଫ୍ ରେକର୍ଡରେ ସ୍ଥାନ

ବଲାଙ୍ଗୀର: ଲୁଚାଇ ହୁଏନି କଳାକୁ, ତା'ର ବାସ ମହକେ, ଚହଟ ଫୁଟିଉଠେ । ତୁଳସୀ ପରିଚୟ ଦୁଇ ପତ୍ରରୁ ମହକିବା ପରି କଳାକାର ଟିଏର କଳା ମଧ୍ୟ ବାସିଉଠେ ପିଲାଟି ବେଳୁ । ଏପରି ପ୍ରତିଭାବନ କଳା ପ୍ରସ୍ଫୁଟିତ ହୋଇଛି ଅସ୍ମୀ ମିଶ୍ରଙ୍କ ଠାରେ । ମାତ୍ର ନଅ ବର୍ଷରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ସହ ଗଦା ଗଦା ଆୱାର୍ଡର ଓ୍ୱିନର ହୋଇ ପାରିଛନ୍ତି ଅସ୍ମୀ । ନାଚ, ଅଭିନୟ, ମଡେଲିଂ ସେଥିରେ ବି ପାଠ ସବୁଥିରେ ଆଗୁଆ ଏହି କୁନି ପ୍ରତିଭା ।

ଏକାଧିକ ପ୍ରତିଭାର ଅଧିକାରୀ ଅସ୍ମୀ, 9 ବର୍ଷରୁ ଗିନିଜ ବୁକ ଅଫ୍ ରେକର୍ଡରେ ସ୍ଥାନ

ବଲାଙ୍ଗୀର ଜିଲ୍ଲା ରାଜୀବ ନଗରରେ ରହୁଥିବା ଅଶ୍ବିନୀ ମିଶ୍ର ଏବଂ ରଶ୍ମିତା ତ୍ରିପାଠୀଙ୍କ ଝିଅ ହେଉଛନ୍ତି ସୁଶ୍ରୀ ଅସ୍ମୀ ମିଶ୍ର । ପାଠ ପଢାରେ ସେ ମେଧାବୀ ଛାତ୍ରୀ ହୋଇ ଥିବାବେଳେ ନାଚ, ଅଭିନୟ ଓ ମଡେଲିଂ ତାଙ୍କର ନିଶା । ସେ ମାତ୍ର ଅଢେଇ ବର୍ଷରୁ ନାଚ, ଅଭିନୟ ପ୍ରତି ମନ ବଳାଇବାରୁ ବାପା-ମାଆ ତାଙ୍କୁ ଡାନ୍ସ ଏକାଡେମୀରେ ଆଡମିଶନ କରାଇଥିରେ । ଫଳରେ ଏତେ କମ୍ ବର୍ଷ ବୟସରେ ଅସ୍ମୀ ପାଞ୍ଚଟି ଡାନ୍ସ ଫର୍ମାଟରେ ଦୁଇଟି ଡାନ୍ସ ଏକାଡେମୀରୁ ଶିକ୍ଷା ଲାଭ କରୁଛନ୍ତି । ତେବେ ଓଡ଼ିଶୀ ନୃତ୍ୟ, ପାରମ୍ପରିକ ଲୋକ ନୃତ୍ୟ, ବଲିଉଡ୍ ନୃତ୍ୟ ଓ ହିପ-ପପ୍ ଶିଖୁଛନ୍ତି ।

ଏହା ସାଙ୍ଗକୁ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ପ୍ରତିଯୋଗିତାରେ ସେ ଅଂଶ ଗ୍ରହଣ କରି ଅନେକ ପୁରସ୍କାର ଜିତି ସାରିଛନ୍ତି । ସେହିପରି ନୃତ୍ୟ ସାଙ୍ଗକୁ ମଡେଲିଂରେ ମଧ୍ୟ ରୁଚି ରଖି ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇ ଅନେକ ଟାଇଟଲ ଜିତିଛନ୍ତି । ଯେଉଁଥିରେ ସେ, ମିସ ପ୍ରିନ୍ସେସ 2020, ନନ୍ହି ପରି, ଫଟୋ ଜେନିକ କିଡ, ମିସ ଫଙ୍କି ଓ ବେଷ୍ଟ କିଡ୍ ଭଳି ଅନେକ ଟାଇଟଲ ହାତେଇ ପାରିଛନ୍ତି । ଅଭିନୟରେ ମଧ୍ୟ ନାମ କମାଇଛନ୍ତି ଅସ୍ମୀ । ଅନେକ ୱେବ୍ ସିରିଜ ଓ ସିନେମାରେ ଶିଶୁ କଳାକାର ଭୂମିକାରେ ଅଭିନୟ କରି ନିଜକୁ ପ୍ରତିଷ୍ଠିତ କରିଛନ୍ତି ।

କଳା ସାଙ୍ଗକୁ ଶିକ୍ଷାରେ ମଧ୍ୟ ରୁଚି ରଖିଛନ୍ତି ଅସ୍ମୀ । ବଡ ହୋଇ ଜଣେ IAS ଅଫିସର ହେବାକୁ ସ୍ବପ୍ନ ରଖିଛନ୍ତି । ସେପଟେ ତାଙ୍କ ମାଆ ଏବଂ ବାପା ଏପରି ଏକ ସର୍ବଗୁଣ ସମ୍ପନ୍ନା ଝିଅ ପାଇଁ ଖୁବ ଗର୍ବିତ ଥିବା କହିଛନ୍ତି । ଅସ୍ମୀକୁ ସବୁ ସବୁ କ୍ଷେତ୍ରରେ ସହଯୋଗ କରିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Apr 15, 2022, 9:00 PM IST

ABOUT THE AUTHOR

...view details