ଓଡିଶା

odisha

ETV Bharat / state

ବଲାଙ୍ଗୀରର କୁନି ବୈଜ୍ଞାନିକ ରମଣଙ୍କ ବିଚକ୍ଷଣ ବୁଦ୍ଧିରେ ଫିକା ବିଜ୍ଞାନ - ବଲାଙ୍ଗୀରର ବିସ୍ମୟ ବାଳକ ଭେଙ୍କଟ ରମଣ ପଟ୍ଟନାୟକ

ଅନ୍ୟମାନେ ଯେତେବେଳେ କେବଳ ଗେମ ଖେଳିବା କଥା ଭାବୁଛନ୍ତି, ସେ ସେହି ଗେମକୁ ତିଆରି କରୁଛନ୍ତି ବଲାଙ୍ଗୀରର ବିସ୍ମୟ ବାଳକ ଭେଙ୍କଟ ରମଣ ପଟ୍ଟନାୟକ।

ବଲାଙ୍ଗୀର ବିସ୍ମୟ ବାଳକ ବୈଜ୍ଞାନିକଙ୍କ ବିଚକ୍ଷଣ ବୁଦ୍ଧି

By

Published : Oct 2, 2019, 7:45 PM IST

Updated : Oct 2, 2019, 8:02 PM IST

ବଲାଙ୍ଗୀର:ଆଧୁନିକ ଯୁଗର ପିଲାଙ୍କ ପାଇଁ ଖେଳଣା ପାଲଟିଛି ମୋବାଇଲ ଓ ଭିଡିଓ ଗେମ । କମ୍ପ୍ୟୁଟର ଓ ମୋବାଇଲରେ ବିଭିନ୍ନ ଗେମ ଖେଳିବା ଏମାନଙ୍କ ନିଶା । କିନ୍ତୁ ଏପରି ପିଲାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବିସ୍ମୟ ବାଳକ ।

କୁନି ବୈଜ୍ଞାନିକ ରମଣଙ୍କ ବିଚକ୍ଷଣ ବୁଦ୍ଧିରେ ଫିକା ବିଜ୍ଞାନ

ଅନ୍ୟମାନେ ଯେତେବେଳେ କେବଳ ଗେମ ଖେଳିବା କଥା ଭାବୁଛନ୍ତି, ସେ ସେହି ଗେମକୁ ତିଆରି କରିବାରେ ଲାଗିଛନ୍ତି । ମାତ୍ର 6 ବର୍ଷରେ ସମସ୍ତଙ୍କୁ କରିଛନ୍ତି ଚକିତ । ସୃଷ୍ଟି କରିଛନ୍ତି 150ରୁ ଅଧିକ ମୋବାଇଲ ଆପ ଓ ଗେମ । ଗେମ ଡିଜାଇନ ସହ ରୋବଟ ନିର୍ମାଣ । ଏପରିକି ରୋବଟକୁ ପ୍ରୋଗ୍ରାମ ମଧ୍ୟ କରିଛନ୍ତି । ଏତେ କମ ବୟସରୁ ଟେକ୍ନୋଲୋଜିରେ ନିପୁଣ ।

କଥାରେ ଅଛି ତୁଳସୀ 2 ପତ୍ରରୁ ବାସେ । ଛୋଟ ପିଲାର କାମକୁ ଚିହ୍ନିଲେ ମୁଖ୍ୟମନ୍ତ୍ରୀ ନବୀନ । ଟ୍ବିଟରେ ମିଳିଛି ତାରିଫ । ଆମେ କହୁଛୁ ବଲାଙ୍ଗୀରର ଭେଙ୍କଟ ରମଣ ପଟ୍ଟନାୟକଙ୍କ କାହାଣୀ ।

ବାପାଙ୍କଠାରୁ ପ୍ରେରଣା ପାଇଥିଲେ ରମଣ । ପିଲାବେଳୁ କମ୍ପ୍ୟୁଟର ପ୍ରତି ଥିଲା ଅହେତୁକ ଦୁର୍ବଳତା । ସାଙ୍ଗ ପିଲା ପାଠ ପଢୁଥିବାବେଳେ ସେ କରୁଥିଲେ କମ୍ପ୍ୟୁଟରର ଜଟିଳ ପ୍ରୋଗ୍ରାମିଙ୍ଗ ଓ କୋଡିଙ୍ଗ । ପିଲାର ନିଶା ଦେଖି ବାପା ମାଆ ଖଞ୍ଜି ଦେଇଥିଲେ ଅନଲାଇନ ଶିକ୍ଷା । ଆଉ ମାତ୍ର 6 ମାସରେ ଆସିଥିଲା ରେଜଲ୍ଟ । ନିଜ ବସୟର ପିଲାଙ୍କ ଲାଗି ସେ ତିଆରି କରିଥିଲେ ଦୁଃସାହସିକ ଗେମ ଓ ଶତାଧିକ ମୋବାଇଲ ଆପ । ପିଲାର ଅସାଧ୍ୟ କାମରେ ଗର୍ବିତ ବାପା-ମାଆ । ଭବିଷ୍ୟତରେ ବୈଜ୍ଞାନିକର ସ୍ବପ୍ନ ଦେଖୁଥିବା ଛୋଟ ପିଲାଟିକୁ କେବଳ ଉଚିତ ମାର୍ଗଦର୍ଶନର ଆବଶ୍ୟକ ।

ନାମରେ ବୈଜ୍ଞାନିକ ରମଣଙ୍କ ନାମ । ଭବିଷ୍ୟତରେ ସେ ନିଜେ ଆଉ ଏକ ରମଣ ହେବାର ସମ୍ଭାବନା ନିଃସନ୍ଦେହ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Last Updated : Oct 2, 2019, 8:02 PM IST

ABOUT THE AUTHOR

...view details