ବଲାଙ୍ଗୀର: ମହିଳାଙ୍କୁ ରୋଜଗାର ଦେଉଛି ରାକ୍ଷୀ । ବଲାଙ୍ଗୀରର SHG ଗ୍ରୁପ ମହିଳା ଘରେ ସୁନ୍ଦର ଓ ଶସ୍ତା ରାକ୍ଷୀ ତିଆରି କରି ବଜାରରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି । ଏଥିରେ ପ୍ରଶାସନ ମଧ୍ୟ ସେମାନଙ୍କୁ ସହଯୋଗ ଓ ସୁବିଧା ଯୋଗାଇ ଦେଇଛି ।
‘ରାକ୍ଷୀ’ ମହିଳାଙ୍କୁ ଦେଉଛି ସୁରକ୍ଷା, କରାଉଛି ରୋଜଗାରକ୍ଷମ - ମହିଳାଙ୍କୁ ରୋଜଗାରକ୍ଷମ କରାଉଛି ରାକ୍ଷୀ
ପ୍ରଶାସନ ସହାୟତାରେ ଘରେ ରାକ୍ଷୀ ତିଆରି କରି ରୋଜଗାରକ୍ଷମ ହେଲେ SHG ମହିଳା । ଅଧିକ ପଢନ୍ତୁ...
ତେବେ ଜିଲ୍ଲାର ଶତାଧିକ ମହିଳା ସଙ୍ଗଠିତ ହୋଇ ଏହି ରାକ୍ଷୀ ତିଆରିରେ ଲାଗିଛନ୍ତି । ପ୍ରଶାସନ ମଧ୍ୟ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛି । ଯେଉଁଥିରେ ଏମାନଙ୍କ ପାଇଁ ସ୍ୱତନ୍ତ୍ର ବଜାର ସୁବିଧା ସହର ମଧ୍ୟରେ ଯୋଗାଇ ଦେଇଛି । ଯାହାଫଳରେ ମହିଳା ଗୋଷ୍ଠୀ ଏହି ବଜାରରେ ତାଙ୍କର ହାତ ତିଆରି ରାକ୍ଷୀ ବିକ୍ରି କରିବାର ବେଶ ସୁଯୋଗ ପାଇଛନ୍ତି । ପୂର୍ବରୁ ଏମାନେ ରାକ୍ଷୀ ତିଆରି କରି ଗାଁ ଗଣ୍ଡାରେ ସୀମିତ ଆକାରରେ ବ୍ୟବସାୟ କରୁଥିଲେ । ହେଲେ ଏବେ ପ୍ରଶାସନର ସୁବିଧା ସୁଯୋଗ ଯୋଗୁଁ ବଡ ବଜାର ପାଇଥିବାରୁ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ମହିଳା ଗୋଷ୍ଠୀ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ