ବଲାଙ୍ଗୀର: ଜେଲରେ ମହିଳାଙ୍କୁ ପ୍ରେମ ପ୍ରତାରଣା ଅଭିଯୋଗ ହୋଇଛି । ବଲାଙ୍ଗୀର ଟିଟିଲାଗଡ ଉପ କାରାଗାରରେ ଜଣେ ମହିଳାଙ୍କୁ ପ୍ରେମ ଓ ପରେ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ହୋଇଥିବା ଟିଟିଲାଗଡ ଥାନାରେ ସଙ୍ଗୀନ ଅଭିଯୋଗ ହୋଇଛି।
ଏହି କାରାଗାରରେ ଉକ୍ତ ମହିଳା ବିଚାରଧୀନ କଏଦୀ ଥିବା ଜଣାପଡିଛି । ଜିଏସଟି ଠକେଇ ମାମଲାରେ ବିଚାରଧୀନ କଏଦୀ ଭାବରେ ଥିବା ତୀର୍ଥଙ୍କର ପଟେଲ ମହିଳାଙ୍କୁ ବିବାହ ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ।
ଜେଲରେ ମହିଳାଙ୍କୁ ପ୍ରେମ ପ୍ରତାରଣା ଅଭିଯୋଗ ପରବର୍ତ୍ତୀ ସମୟରେ ସେ ତାଙ୍କୁ ପ୍ରତାରଣା କରିଥିବାର ମହିଳା ଜଣକ ଅଭିଯୋଗ କରିଛନ୍ତି । ଏତେ କଡା ସୁରକ୍ଷା ମଧ୍ୟରେ ଏହି ଘଟଣା କେମିତି ସମ୍ଭବ ହେଲା ତାକୁ ନେଇ ସମସ୍ତେ ଚକିତ ଥିବାବେଳେ ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ।
ସେପଟେ ଏହାକୁ ନେଇ ଜେଲ କିମ୍ବା ପୋଲିସ୍ ପ୍ରଶାସନ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ସଂପୃକ୍ତ ମହିଳାଙ୍କ ଡାକ୍ତରୀ ମାଇନା କରାଯାଇ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ