ଓଡିଶା

odisha

ETV Bharat / state

ମଦ ବିକ୍ରି ବନ୍ଦ ଦାବିରେ ତାତିଲେ ମହିଳା, ଘେରିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ - ବଲାଙ୍ଗୀରରେ ମଦ ବିକ୍ରି ବନ୍ଦ ଦାବି

ମଦ ବିକ୍ରି ବନ୍ଦ ଦାବିରେ ତାତିଲେ ମହିଳା । ମଦ ବିକ୍ରି ବନ୍ଦ ପାଇଁ ବାରମ୍ବାର କରୁଥିଲେ ଅଭିଯୋଗ । ହେଲେ ଶୁଣୁ ନଥିଲା ପ୍ରଶାସନ । ଅଧିକ ପଢ଼ନ୍ତୁ

ମଦ ବିକ୍ରି ବନ୍ଦ ଦାବିରେ ତାତିଲେ ମହିଳା
ମଦ ବିକ୍ରି ବନ୍ଦ ଦାବିରେ ତାତିଲେ ମହିଳା

By

Published : Apr 11, 2022, 8:24 PM IST

ବଲାଙ୍ଗୀର : ବଲାଙ୍ଗୀରରେ ମଦ ବିକ୍ରି ବନ୍ଦ ଦାବିରେ ଆଜି ହଜାର ହଜାର ମହିଳା ଆନ୍ଦୋଳନକୁ ଓହ୍ଲାଇଥିଲେ। ଏଥିରେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାସହ ଦାବି ପୂରଣ ନହେଲେ ଆଗକୁ ସେମାନେ ନିଜେ ଆଇନକୁ ହାତକୁ ନେବେ ବୋଲି କହିଛନ୍ତି। ଅଭିଯୋଗ ଅନୁସାରେ ବଲାଙ୍ଗୀର ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଜାମ ଗାଁରେ ବିଭିନ୍ନ ସ୍ଥାନରେ ବେଧଡ଼କ ଭାବରେ କୁଚିଆ ମଦ ବିକ୍ରି ହେଉଛି। ଯେଉଁଥିରେ ସ୍କୁଲ, ଡାକ୍ତରଖାନା ଓ ଗ୍ରାମର ମୁଖ୍ୟ ରାସ୍ତାମାନଙ୍କରେ ଦେଶୀ ମଦ କିଛି ଲୋକ ବିକ୍ରି କରୁଛନ୍ତି। ଫଳରେ ଗ୍ରାମରେ ସବୁ ବେଳେ ଅଶାନ୍ତି ବାତାବରଣ ରହୁଛି ।

ମଦ ବିକ୍ରି ବନ୍ଦ ଦାବିରେ ତାତିଲେ ମହିଳା

ଖାଲି ସେତିକି ନୁହେଁ ଚୋରି ଡକାୟତି, ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଥିବାର ଏମାନେ ଅଭିଯୋଗ କରିଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଉନାହିଁ । ଶେଷରେ ଆଜି ବିଭିନ୍ନ ଏସଏଚଜି ଗ୍ରୁପ୍ ତଥା ଗ୍ରାମର ଶତାଧିକ ମହିଳା ମିଳିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଗାଁରେ ଶୀଘ୍ର ମଦ ବିକ୍ରି ବନ୍ଦ ନହେଲେ ଏମାନେ ଆଗକୁ ଆଇନକୁ ନିଜ ହାତକୁ ନେବେ ଓ ମଦ ବିକ୍ରି ହେଉଥିବା ସ୍ଥାନରେ ନିଆଁ ଲଗାଇବେ ବୋଲି କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details