ଓଡିଶା

odisha

ETV Bharat / state

୫ବର୍ଷ ଜେଲରେ ରହି ନିର୍ଦ୍ଦୋଷରେ ଖଲାସ ହେଲେ ମାଓ ଅଭିଯୁକ୍ତା !

ମାଓ ସଂପୃକ୍ତି ଅଭିଯୋଗରେ ୨୦୧୭ ମସିହାରୁ ଗିରଫ ହୋଇ ଜେଲରେ ଥିବା ମହିଳାଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ କଣ୍ଟାବାଞ୍ଜି ଏଡିଜେ । ଅଧିକ ପଢନ୍ତୁ

ଜେଲରୁ ନିର୍ଦ୍ଦୋଷରେ ଖଲାସ ହେଲେ ମାଓ ଅଭିଯୁକ୍ତ ମହିଳା
ଜେଲରୁ ନିର୍ଦ୍ଦୋଷରେ ଖଲାସ ହେଲେ ମାଓ ଅଭିଯୁକ୍ତ ମହିଳା

By

Published : Jul 14, 2022, 3:27 PM IST

ବଲାଙ୍ଗୀର:ଦୀର୍ଘ ୫ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି ଜଣେ ମହିଳା ମାଓ ଅଭିଯୁକ୍ତ । ମାଓବାଦୀ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିଲେ ଛତିଶଗଡ଼ ବିଜାପୁରର ନିର୍ମଳା ମାଝୀ । କଣ୍ଟାବାଞ୍ଜି ଆଡିସନାଲ୍ ସେସନ୍ ଜଜ୍ 9 ଜଣ ସାକ୍ଷ୍ୟ ପ୍ରମାଣର ଶୁଣାଣୀ କରିବା ପରେ ନିର୍ମଳା ମାଝିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଜେଲରୁ ନିର୍ଦ୍ଦୋଷରେ ଖଲାସ ହେଲେ ମାଓ ଅଭିଯୁକ୍ତ ମହିଳା

ଅଭିଯୋଗରୁ ଜଣାଯାଇଛି ଯେ, ଗତ ୨୦୧୩ ମସିହା ଏପ୍ରିଲ ପହିଲାରେ ଡ଼ଙ୍ଗିଆ ମଦ ଭାଟିକୁ ମାଓବାଦୀ ମାନେ ଜାଳି ଦେଇଥିଲେ । ଆଉ ଏହି ଘଟଣାରେ ବଲାଙ୍ଗୀର ପୋଲିସ ଛତିଶଗଡ଼ ରାଜ୍ୟ ବିଜାପୁରର ନିର୍ମଳା ମାଝୀଙ୍କ ସଂପୃକ୍ତି ଥିବା ନେଇ ତାଙ୍କୁ ୨୦୧୭ ମସିହାରେ ଟିଟିଲାଗଡ ରେଳଷ୍ଟେସନରୁ ଗିରଫ କରିଥିଲା । ଦୀର୍ଘ ୫ ବର୍ଷ ବଲାଙ୍ଗୀର ଜେଲରେ ବିଚାରାଧିନ କଏଦୀ ଭାବେ ଥିବା ବେଳେ ଆଜି କୋର୍ଟ ତାଙ୍କୁ ଖଲାସ କରିଥିବା ନେଇ ତାଙ୍କ ଓକିଲ ବିଷ୍ଣୁ ପ୍ରସାଦ ଶର୍ମା କହିଛନ୍ତି ।

ସେପଟେ ନିର୍ମଳା ମାଝୀ ଜେଲରୁ ବାହାରିବା ପରେ ସମାଜର ମୁଖ୍ୟସୋତ୍ରରେ ସାମିଲ ହେବେ ବୋଲି ତାଙ୍କ ଓକିଲ କହିଛନ୍ତି । ସେହିପରି ବିନା ଦୋଷରେ ତାଙ୍କୁ ଗିରଫ କରାଯାଇ ଜେଲରେ ୫ବର୍ଷ ରଖା ଯାଇଥିବାରୁ ତାଙ୍କର ମାନବ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଓକିଲ ବିଷ୍ଣୁ ପ୍ରସାଦ ଶର୍ମା । ଏଣୁ ଆଗକୁ ଏନେଇ କ୍ଷତି ପୂରଣ ମାମଲା କରାଯିବ ବୋଲି ନିର୍ମଳାଙ୍କ ଓକିଲ ବିଷ୍ଣୁ ପ୍ରସାଦ ଶର୍ମା କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details