ବଲାଙ୍ଗୀର: ଜଣେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଟିଟି ସିଲେଟ ଗ୍ରାମର ଭାରତୀ ଭୋଇ ଗତ ଆଠ ଦିନରୁ ନିଖୋଜ ଥିଲେ । ଯାହାର ଅଭିଯୋଗ ବଙ୍ଗୋମୁଣ୍ଡା ଥାନାରେ ହୋଇଥିବା ବେଳେ ପାରିବାରିକ କଳହ ଯୋଗୁଁ ସେ ନିଖୋଜ ଥିବାର ଉଲ୍ଲେଖ କରିଥିଲେ ତାଙ୍କ ପରିବାର ଲୋକେ ।
ଏପଟେ ମଙ୍ଗଳବାର ସନ୍ଧ୍ୟାରେ ଗାଁ ନିକଟ ଜଙ୍ଗଲରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଦଳ ତଦନ୍ତ ଆରମ୍ଭ କରିଛନ୍ତି ।