ବଲାଙ୍ଗୀର:ରୋଷେଇ ବେଳେ ଅଘଟଣ । ପୋଡି ହୋଇ ମହିଳା ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ଲୋଇସିଂହା ବ୍ଲକ ନେଗିପାଲି ଗ୍ରାମରେ । ଗାଁର ଅନ୍ନ ନାଏକ ଘରେ ରୋଷେଇ କରୁଥିବା ବେଳେ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା ।
ରୋଷେଇ ବେଳେ ପୋଡି ହୋଇ ମହିଳା ମୃତ - women was dead by burn
ରୋଷେଇ କରୁଥିବା ବେଳେ ନିଆଁରେ ପୋଡ଼ି ମହିଳା ମୃତ । ବଲାଙ୍ଗୀର ଲୋଇସିଂହା ବ୍ଲକ ନେଗିପାଲି ଗ୍ରାମର ମହିଳା ଅନ୍ନ ନାଏକ ରୋଷେଇ କରୁଥିବା ବେଳେ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଅଧିକ ପଢନ୍ତୁ...
ରୋଷେଇ କରୁଥିବା ବେଳେ ପୋଡ଼ି ହୋଇ ମହିଳାଙ୍କ ମୃତ୍ୟୁ
ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜକୁ ଆଣିଥିବା ବେଳେ ଏଠି ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ସେପଟେ ଲୋଇସିଂହା ପୋଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ