ବଲାଙ୍ଗୀର:ଟିଟିଲାଗଡ ସହରରେ କୂଅ ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଯାହାକୁ ନେଇ ତାଙ୍କ ସ୍ଵାମୀ ହତ୍ୟା ଅଭିଯୋଗ ଆଣିଛନ୍ତି। ତେବେ ଟିଟିଲାଗଡରେ ଆକାଶ ଫ୍ୟାନ୍ସି ନାମକ ଏକ ଫ୍ୟାନ୍ସି ଦୋକାନର ମାଲିକ ଆନନ୍ଦ ଅଗ୍ରୱାଲଙ୍କ ସର୍ଗିଗୁଡା ସ୍ଥିତ ବାସଭବନ ରେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ବାଡିପଟ କୂଅରୁ ଉଦ୍ଧାର ହୋଇଛି। ବୁଧବାର ଦୋକାନ ବନ୍ଦ କରି ଆନନ୍ଦ ଓ ତାଙ୍କ ପୁଅ ଘରକୁ ଆସିଥିବା ବେଳେ ତାଙ୍କ ସ୍ତ୍ରୀ ସୁମିତ୍ରା କୂଅ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ସ୍ଵାମୀଙ୍କୁ ଖୋଜି ପାଇନଥିଲେ।
ପରେ ତାଙ୍କ କୁଅରେ ପଡିଥିବା ଦେଖିବାକୁ ପାଇଥିଲେ। ଏବଂ ପରେ ପୋଲିସକୁ ଖବର ଦେବାପରେ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ ଶତପଥୀ ନିଜେ ପହଞ୍ଚି ଟିଟିଲାଗଡ ଥାନା ଏସଆଇ ସାବିତ୍ରୀ ହିକା ଓ ଏକ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।