ବଲାଙ୍ଗୀର: ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ । ମାନସିକ ଓ ଶାରିରୀକ ନିର୍ଯାତନା ଦେଇଥିବା ବଲାଙ୍ଗୀର ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କଲେ ମହିଳା କର୍ମଚାରୀ । ପୂର୍ବରୁ ମଧ୍ୟ ମିଲରେ ଧାନକଟନୀକୁ ନେଇ ବିବାଦ ଘେରକୁ ଆସିଥିଲେ ବଲାଙ୍ଗୀର ସିଏସଓ ମିର୍ ରାଜା ଅଲ୍ଲୀ । ତଦନ୍ତରେ ଦୋଷୀ ସାବ୍ୟସ୍ତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ବଲାଙ୍ଗୀର ପୌରପରିଷଦରେ କାର୍ଯ୍ୟରତ ଥିବା ଜଣେ ମହିଳା କର୍ମଚାରୀ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସିଏସଓ ମିର ରାଜା ଅଲ୍ଲୀ ତାଙ୍କୁ ଯୌନ ନିର୍ଯାତନା ଓ ଅଶାଳୀନ ବ୍ୟବହାର କରିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ (ଶୁକ୍ରବାର) ନିର୍ଯାତନା ଅତ୍ୟଧିକ ହେବାରୁ ଅଫିସରେ ହୋହଲ୍ଲା ମଧ୍ୟ ହୋଇଥିବା ଜଣାପଡ଼ିଛି ।