ଓଡିଶା

odisha

ETV Bharat / state

ଭୋକର କରୁଣ ଚିତ୍ର: ଅଳିଆ ଗଦାରୁ ଖାଦ୍ୟ ଗୋଟାଇ ଖାଉଛନ୍ତି ମହିଳା - ବଲାଙ୍ଗୀର ଖବର

ଭୋକର କରୁଣ ଚିତ୍ର । ଅଳିଆ ଗଦାରୁ ଖାଦ୍ୟ ଗୋଟେଇ ଖାଉଛନ୍ତି ଅସହାୟ ମହିଳା। ଏପରି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରରେ । ଅଧିକ ପଢନ୍ତୁ

ଭୋକର କରୁଣ ଚିତ୍ର : ଅଳିଆ ଗଦାରୁ ଖାଦ୍ୟ ଗୋଟେଇ ଖାଇଲେ ମହିଳା
ଭୋକର କରୁଣ ଚିତ୍ର : ଅଳିଆ ଗଦାରୁ ଖାଦ୍ୟ ଗୋଟେଇ ଖାଇଲେ ମହିଳା

By

Published : Dec 15, 2021, 10:45 PM IST

ବଲାଙ୍ଗୀର :ଭୋକର କରୁଣ ଚିତ୍ର । ଅଳିଆ ଗଦାରୁ ଖାଦ୍ୟ ଗୋଟେଇ ଖାଉଛନ୍ତି ଅସହାୟ ମହିଳା। ଏପରି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ସଇଁତଳାରେ । ସଭ୍ୟ ସମାଜକୁ ଏ ଚିତ୍ର ନିଶ୍ଚିତ ବିଚଳିତ କରିବ । ଏହାସହ ସରକାରୀ ଯୋଜନାର ବାସ୍ତବତାକୁ ମଧ୍ୟ ପଦାରେ ପକାଇଛି । ସଇଁତଳା ବ୍ଲକ ଅନ୍ତର୍ଗତ ବରଗଡ ବୋରିଗୁମ୍ମା ଜାତୀୟ ରାଜପଥ ନିକଟରେ ଥିବା ମହାଗା ଗ୍ରାମରୁ ଏହି ଅଭାବନୀୟ ଚିତ୍ର ସାମନାକୁ ଆସିଛି। ଏଠି ଦୀର୍ଘ ଚାରି ମାସ ହେବ ଜଣେ ଅସହାୟ ମାନସିକ ବିକୃତ ମହିଳା ଏକ ପାନ ଦୋକାନ ତଳେ ରହି ଆସୁଛନ୍ତି। ତେବେ ତାଙ୍କର କୈଣସି ପରିଚୟ ଏଯାଏଁ କେହି ଜାଣି ନାହାଁନ୍ତି ।

ଭୋକର କରୁଣ ଚିତ୍ର : ଅଳିଆ ଗଦାରୁ ଖାଦ୍ୟ ଗୋଟେଇ ଖାଇଲେ ମହିଳା

ଗ୍ରାମବାସୀ ଓ ପାଖରେ ଥିବା ଏକ ହୋଟେଲ ମାଲିକ ଯଥା ସମ୍ଭବ ତାଙ୍କୁ ସାହାଯ୍ୟ କରି ଆସୁଛନ୍ତି। ସେହିପରି ଖୋଲାରେ ରହୁଥିବା ଏହି ମହିଳାଙ୍କୁ ସେମାନେ କମ୍ବଳ, ଶାଢ଼ୀ ଓ ସମୟ ସମୟରେ ଖାଇବାକୁ ମଧ୍ୟ ଦେଇଥାନ୍ତି। ହେଲେ ପ୍ରତ୍ୟକ ଦିନ ତାଙ୍କୁ ଖାଦ୍ୟ ମିଳୁ ନଥିବାରୁ ମହିଳା ଜଣକ ପେଟର କ୍ଷୁଧା ମେଣ୍ଟାଇବା ପାଇଁ ଅଳିଆ ଗଦାରୁ ପଚାସଢା ଖାଦ୍ୟ ଖୋଜି ଖାଉଛନ୍ତି ।

ସେପଟେ ଦୀର୍ଘ ଚାରି ମାସ ହେବ ଏ ମହିଳା ଏଠି ଏମିତି ରହିଆସୁଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ତାଙ୍କ ଉପରେ ପଡ଼ିନାହିଁ। ତେବେ ସରକାରଙ୍କ ଢେର ଯୋଜନା ଥିବା ବେଳେ ଏଭଳି ଗରିବ ଆସହାୟଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ରହିଛି। ଯେଉଁଥିରେ ତାଙ୍କୁ ଉଦ୍ଧାର କରିବା ସହ ତାଙ୍କର ଚିକିତ୍ସା ଓ ଥଇଥାନ କରିବାର ବ୍ୟବସ୍ଥା ମଧ୍ୟ ଅଛି । ହେଲେ ଏହା ସତ୍ତ୍ୱେ ମଧ୍ୟ ଏ ଭଳି ଚିତ୍ର ସବୁ ବ୍ୟବସ୍ଥାକୁ ପଦାରେ ପକାଇଛି। ଖୁବଶୀଘ୍ର ମହିଳାଙ୍କୁ ଉଦ୍ଧାର କରି ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details