ଓଡିଶା

odisha

By

Published : Jun 4, 2022, 10:36 PM IST

ETV Bharat / state

WODC Chairman Balangir Visit: ଉଦ୍ୟୋଗୀ ହେବାକୁ ପରାମର୍ଶ

ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ସରକାରୀ ଚାକିରୀ ପଛରେ ନଦୌଡି ଦକ୍ଷତା ବିକାଶ ଉପରେ ଦେଲେ ଗୁରୁତ୍ଵ । ଅଧିକ ପଢନ୍ତୁ

WODC Chairman Balangir Visit: ଉଦ୍ୟୋଗୀ ହେବାକୁ ପରାମର୍ଶ
WODC Chairman Balangir Visit: ଉଦ୍ୟୋଗୀ ହେବାକୁ ପରାମର୍ଶ

ବଲାଙ୍ଗୀର: ଆଜି(ଶନିବାର) ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ବଲାଙ୍ଗୀର ଗସ୍ତରେ ଯାଇଥିଲେ । ସେଠାରେ ଛାତ୍ର ଓ ବୁଦ୍ଧିଜୀବୀଙ୍କୁ ନେଇ ହୋଇଥିବା ଏକ କନକ୍ଲେଭରେ ସେ ଯୋଗ ଦେଇଥିଲେ । ତେବେ ଆଜିର ସମୟରେ ସରକାରୀ ଚାକିରୀ ପଛରେ ନଦୌଡ଼ି ନିଜର ଦକ୍ଷତା ବିକାଶ ଦିଗରେ ଧ୍ୟାନ ଦେବାକୁ ସେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

WODC Chairman Balangir Visit: ଉଦ୍ୟୋଗୀ ହେବାକୁ ପରାମର୍ଶ

ଯେହେତୁ ଏବେ ଗ୍ଲୋବାଲାଇଜେଶନ ଚାଲିଛି ନିଜର ଦକ୍ଷତା ଅନୁସାରେ ପୃଥିବୀର କୌଣସି କୋଣରେ କିମ୍ବା କମ୍ପାନୀରେ ଚାକିରି କରିବା ସହଜ ହୋଇଛି ବୋଲି ସେ କହିଛନ୍ତି । ସମାନ ଭାବରେ ଇଣ୍ଡଷ୍ଟ୍ରି ଫର ଜିରୋ ଓ ଆଇଟିର ଭାରତରେ ସ୍ଵତନ୍ତ୍ରତା ପରେ ବହୁ ସୁଯୋଗ ସୃଷ୍ଟି ହୋଇଛି । ଯଦିଓ ବଲାଙ୍ଗୀର ମୁଖ୍ୟ ସହର ଠାରୁ ଦୂରରେ ଅଛି ତଥାପି ଇଣ୍ଟରନେଟ ଜରିଆରେ ନିଜର ମନ ମୁତାବକ କମ୍ପାନୀ କିମ୍ବା ଚାକିରି ମିଳିପାରିବ । ସେହିପରି ନିଜର ଦକ୍ଷତା ବଳରେ ଜଣେ ଉଦ୍ୟୋଗୀ ମଧ୍ୟ ହୋଇପାରିବେ । ତେଣୁ, ଏସବୁକୁ ନେଇ ସମସ୍ତ ପାଠ୍ୟକ୍ରମରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ହେବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details