ବଲାଙ୍ଗୀର: ଦୁଇ ଦିନିଆ ବଲାଙ୍ଗୀର ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଦୁଇ ଦିନରେ ଜିଲ୍ଲାରେ ମାରାଥନ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାମର ତଦାରଖ ଓ ଅନେକ ପ୍ରକଳ୍ପର କଲେ ଉଦଘାଟନ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ପ୍ରଥମ ଦିନରେ ଟିଟିଲାଗଡ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାମରେ ତଦାରଖ ସହ ଅନେକ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ । ସେହିପରି ଟିଟିଲାଗଡ ସହରରରେ ଲାଗିଥିବା ସିସିଟିଭି ସୁରକ୍ଷା ବ୍ୟବସ୍ଥାର ଶୁଭ ଉଦଘାଟନ କରିଥିଲେ । ସେହିପରି ଆଜି ଦ୍ଵିତୀୟ ଦିନରେ ସେ ବଲାଙ୍ଗୀର ସହର ଗାନ୍ଧୀ ଷ୍ଟାଡିୟମ୍ ଠାରେ ନୂତନ ପାଭିଲିୟନର ଶୁଭ ଉଦଘାଟନ କରିଥିଲେ । ଏହି ପାଭିଲିୟନ ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୨.୪୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା ।
ଏହାସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଅନୁମୋଦିତ ହୋଇଥିବା ୩.୩0 କୋଟି ଅନୁଦାନର ଫ୍ଲଡ୍ ଲାଇଟର ଭିତ୍ତି ପ୍ରସ୍ତର ମଧ୍ୟ ସେ ସ୍ଥାପନା କରିଛନ୍ତି । ଅନ୍ୟପକ୍ଷେ ମାଧିଆପାଲି ଗ୍ରାମପଞ୍ଚାୟତର ନିର୍ମିତ ହେଉଥିବା ଗୋଷ୍ଠୀ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ପାଇଁ ପରିଷଦ ପକ୍ଷରୁ ୭.୮୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା । ଆସନ୍ତା ଦୁଇ ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ଆଜି ଟଙ୍କାର ଗସ୍ତରେ ରାଜେନ୍ଦ୍ର ନାରାୟଣ ସିଂହଦେଓ ଷ୍ଟାଡିୟମରେ ଅଲମ୍ପିକସ୍ତରୀୟ ଖେଳ ଫେନସିଂ, ବୋଲିଂ ଓ ଆର୍ଚେରୀର ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ ବୋଲି ଅସିତ୍ ତ୍ରିପାଠୀ ଘୋଷଣା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ ...କଳାହାଣ୍ଡିରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ