ଓଡିଶା

odisha

ETV Bharat / state

ଅନ୍ଧବିଶ୍ବାସର ବିଷରେ ଜଙ୍ଗଲରେ ୨୭ ବର୍ଷ, ବାସନ୍ଦଜୀବନ ବିତାଇଥିବା ମହିଳା ଉଦ୍ଧାର - ବଲାଙ୍ଗୀର ଜଙ୍ଗଲରୁ ମହିଳା ଉଦ୍ଧାର ନ୍ୟୁଜ

ମହିଳାଙ୍କୁ ଡାହାଣୀ ସନ୍ଦେହରେ ଗାଁରୁ ତଡି ଦେବାର ଦୀର୍ଘ ୨୭ ବର୍ଷ ପରେ ମହିଳା ଜଣଙ୍କୁ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ୨୭ ବର୍ଷ ପରେ ଏହି ମହିଳା ଏବେ ୧୧୦ ବର୍ଷର ବୃଦ୍ଧା । ଏକା ଜଙ୍ଗଲ ମଧ୍ୟରେ ପଡ଼ି ରହିଥିଲେ ଏବଂ ଭିକ୍ଷା ମାଗି ଚଳୁଥିଲେ । ଅଧିକ ପଢନ୍ତୁ

Woman rescued from forest 27 years of social exclusion life at balangir
ଅନ୍ଧବିଶ୍ବାସର ବିଷରେ ଜଙ୍ଗଲରେ ୨୭ ବର୍ଷ, ବାସନ୍ଦଜୀବନ ବିତାଇଥିବା ମହିଳା ଉଦ୍ଧାର

By

Published : Dec 21, 2021, 8:53 PM IST

ବଲାଙ୍ଗୀର:ଆଜିର ଆଧୁନିକ ଯୁଗରେ ମଧ୍ୟ ଅନ୍ଧ ବିଶ୍ବାସ ଲୋକଙ୍କ ମନରେ ଘର କରି ରହିଛି । ଅନେକ ସମୟରେ ହୃଦୟ ବିଦାରକ ଓ ଅତି ଅଭାବନୀୟ ଚିତ୍ର ସାମନାକୁ ଆସୁଛି । ଅନ୍ଧ ବିଶ୍ବାସର ଶିକାର ପରେ କରୁଣ ପରିଣତିର ଏକ ଘଟଣା ବଲାଙ୍ଗୀର ଜିଲ୍ଲାରୁ ସାମ୍ନାକୁ ଆସିଛି, ଜାଣିଲେ ଆପଣ ତାଜୁବ ହୋଇଯିବେ ।

ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଗାଁରୁ ତଡି ଦେବାପରେ ଓ ଦୀର୍ଘ ୨୭ ବର୍ଷ ପରେ ମହିଳା ଜଣଙ୍କୁ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ୨୭ ବର୍ଷ ପରେ ଏହି ମହିଳା ଏବେ ୧୧୦ ବର୍ଷର ବୃଦ୍ଧା । ଏକା ଜଙ୍ଗଲ ମଧ୍ୟରେ ପଡ଼ି ରହିଥିଲେ ଏବଂ ଭିକ୍ଷା ମାଗି ଚଳୁଥିଲେ ।

ଅନ୍ଧବିଶ୍ବାସର ବିଷରେ ଜଙ୍ଗଲରେ ୨୭ ବର୍ଷ, ବାସନ୍ଦଜୀବନ ବିତାଇଥିବା ମହିଳା ଉଦ୍ଧାର

ବଲାଙ୍ଗୀରରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଗାଁରୁ ତଡି ଦେବା ଓ ଦୀର୍ଘ ୨୭ ବର୍ଷ ପରେ ପୁଣି ତାଙ୍କୁ ଜଙ୍ଗଲରୁ ଅସହାୟ ବୃଦ୍ଧା ଅବସ୍ଥାରେ ଉଦ୍ଧାର କରାଯିବାର ଏକ ଘଟଣା ସାମନାକୁ ଆସିଛି । ତେବେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ କେଣ୍ଡୁମୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଳସୀ ଡୁଙ୍ଗୁରି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଏହି ଗାଁରେ ରହୁଥିବା ପ୍ରତିମା ଧାରୁଆଙ୍କୁ ଗାଁ ଲୋକେ ଡାହାଣୀ ସନ୍ଦେହ କରି ଗାଁରୁ ବାସନ୍ଦ କରିଥିଲେ।

ଏବେ ଏହି ମହିଳା ଜଣକ ଅନ୍ୟଉପାୟ ନ ପାଇ ଗାଁ ନିକଟରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟରେ ରହି ଆସୁଥିଲେ । ତେବେ ସେଠିକୁ ନା ରାସ୍ତା ନା ପିଇବା ପାଣି କିଛି ସୁବିଧା ନା ନଥିଲା । ଫଳରେ ଅତି ଦୟନୀୟ ଅବସ୍ଥାରେ ସେଠାରେ ସେ ଏକା ୨୭ ବର୍ଷ ବାସନ୍ଦ ଜୀବନ ବିତାଇ ଆସୁଥିଲେ । ସେପଟେ ତାଙ୍କର ଏକ ମାତ୍ର ପୁଅର ମଧ୍ୟ ଦୀର୍ଘ ୨୦ ବର୍ଷରୁ ଆଉ ପତ୍ତା ମିଳୁ ନାହିଁ ।

ଏହାମଧ୍ୟ ପଢନ୍ତୁ:ଗୁଣି ଗାରେଡି ସନ୍ଦେହରେ ଶିଶୁ ମୃତ୍ୟୁ ଅଭିଯୋଗ, ପୋଲିସକୁ ଅଟକ ରଖିଲେ ଗ୍ରାମବାସୀ

ସେପଟେ ପ୍ରଶାସନ ଓ ସ୍ବେଛାସେବୀ ଟ୍ରଷ୍ଟ ଏହାର ଖବର ପାଇବା ପରେ ସଂପୃକ୍ତ ବୃଦ୍ଧାଙ୍କୁ ଜଙ୍ଗଲରୁ ଉଦ୍ଧାର କରିଛନ୍ତି । ବୃଦ୍ଧା ଜଣକ କେବଳ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବେଳେ ଏବେ ତାଙ୍କୁ ସରକାରୀ ଯୋଜନାରେ ଚାଉଳ ମଧ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରିଛି ପ୍ରଶାସନ । ସେହିପରି ବୃଦ୍ଧାଙ୍କୁ ତାଙ୍କର ଘରେ ଥଇଥାନ କରାଯାଇଥିବା ଜଣା ପଡ଼ିଛି। ସେପଟେ ଆମ ସମାଜ କେମିତି କେବଳ ଅନ୍ଧବିଶ୍ବାସ ପାଇଁ ଏତେ ନିର୍ଦ୍ଦୟୀ ହେଲା ଏବଂ ଜଣକୁ ୨୭ ବର୍ଷ ଏକା ଜଙ୍ଗଲରେ ରହିବାକୁ ବାଧ୍ୟ କଲା, ତାକୁ ନେଇ ଅନେକ ପ୍ରଶ୍ନ ଛିଡା ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ABOUT THE AUTHOR

...view details