ବଲାଙ୍ଗୀର : ପେଟ୍ରୋଲ ପମ୍ପରେ ବିକ୍ରି ହେଉଥିଲା ମଦ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଏକ ପେଟ୍ରୋଲ ପମ୍ପରୁ । ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ଲାଠୋର ଗାଁରେ ଥିବା ଭାରତ ପେଟ୍ରୋଲ ପମ୍ପରେ ବେଆଇନ ଭାବରେ ବିଦେଶୀ ମଦ ବିକ୍ରି ହେଉଥିବାର ଅବକାରୀ ବିଭାଗ ସୂଚନା ପାଇଥିଲା । ବଲାଙ୍ଗୀର ଅବକାରୀ ବିଭାଗର ଏକ ଟିମ ସହ ପାଟଣାଗଡ ଅବକାରୀ ବିଭାଗ ଓ ମୋବାଇଲ୍ ସ୍କାର୍ଡ ପେଟ୍ରୋଲ ପମ୍ପରେ ଚଢାଉ କରିଥିଲେ।
ପେଟ୍ରୋଲ ପମ୍ପରେ ବିକ୍ରି ହେଉଛି ମଦ, ମାଡିବସିଲା ଅବକାରୀ ବିଭାଗ - ପେଟ୍ରୋଲ ପମ୍ପ
ପେଟ୍ରୋଲ ପମ୍ପରେ ବିକ୍ରି ହେଉଥିଲା ମଦ । ଏହି ଘଟଣାରେ ଜଣେ ଗିରଫ । ଅଧିକ ପଢନ୍ତୁ...
![ପେଟ୍ରୋଲ ପମ୍ପରେ ବିକ୍ରି ହେଉଛି ମଦ, ମାଡିବସିଲା ଅବକାରୀ ବିଭାଗ wine seized in petrol pump at balangir](https://etvbharatimages.akamaized.net/etvbharat/prod-images/768-512-12451576-thumbnail-3x2-k.jpg)
ପେଟ୍ରୋଲ ପମ୍ପରୁ ଜବତ ହେଲା ମଦ, ଜଣେ ଗିରଫ
ପେଟ୍ରୋଲ ପମ୍ପରୁ ଜବତ ହେଲା ମଦ, ଜଣେ ଗିରଫ
ଏବଂ ସେଠାରୁ ବିପୁଳ ପରିମାଣର ନାମୀଦାମୀ କମ୍ପାନୀର ବିଦେଶୀ ମଦ ଜବତ କରିଥିଲେ । ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତର ନାଁ ଜଗତ ବାଗ ବୋଲି ଜଣାପଡିଛି । ପେଟ୍ରୋଲପମ୍ପରେ ଏପରି କଳା କାରନାମା କେମିତି ଚାଲିଥିଲା ତାର ମଧ୍ୟ ଖୋଳତାଡ଼ କରୁଛି ଅବକାରୀ ବିଭାଗ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ,ଇଟିଭି ଭାରତ
Last Updated : Jul 14, 2021, 1:52 PM IST