ଓଡିଶା

odisha

ETV Bharat / state

ଘଞ୍ଚ ଜଙ୍ଗଲରେ ବେଧଡକ ଭାବେ ଚାଲିଛି ମଦ ତିଆରି, ଚୁପ୍ ବସିଛି ଅବକାରୀ ବିଭାଗ

ବଲାଙ୍ଗୀର ଜିଲ୍ଲା ପାଟଣାଗଡର ଏକ ଜଙ୍ଗଲରେ ବେଧଡକ ଭାବେ ତିଆରି ହେଉଛି ଦେଶୀ ମଦ । ଅବକାରୀ ବିଭାଗ ଚୁପ୍ । ଅଧିକ ପଢନ୍ତୁ..

ଘଞ୍ଚ ଜଙ୍ଗଲରେ ବେଧଡକ  ଭାବେ ଚାଲିଛି ମଦ ତିଆରି, ଚୁପ୍ ବସିଛି ଅବକାରୀ ବିଭାଗ
ଘଞ୍ଚ ଜଙ୍ଗଲରେ ବେଧଡକ ଭାବେ ଚାଲିଛି ମଦ ତିଆରି, ଚୁପ୍ ବସିଛି ଅବକାରୀ ବିଭାଗ

By

Published : Jun 25, 2021, 7:56 AM IST

Updated : Jun 25, 2021, 8:36 AM IST

ବଲାଙ୍ଗୀର: ଘଞ୍ଚ ଜଙ୍ଗଲରେ ବେଧଡକ ଓ ଅବାଧରେ ଚାଲିଛି ବେଆଇନ ଦେଶୀ ମଦ ତିଆରି । ବଲାଙ୍ଗୀର ଜିଲ୍ଲା ପାଟଣାଗଡର ଏକ ଜଙ୍ଗଲରେ ତିଆରି ହେଉଛି ଦେଶୀ ମଦ । କିଛି ମୁଖା ପିନ୍ଧା ଲୋକ ମହୁଲ ପୋଚରୁ ଦେଶୀ ମଦ ତିଆରି କରୁଛନ୍ତି । ଏବଂ ନିତିଦିନ ଏହିଭଳି ମଦ ତିଆରି କରି ଏମାନେ ଲୋକଙ୍କୁ ବିକ୍ରି କରୁଛନ୍ତି । ତେବେ ଏହାର ପ୍ରସ୍ତୁତି ପ୍ରଣାଳୀ କିମ୍ବା ତିଆରି ମଦ ସୁରକ୍ଷିତ ନା ବିଷ ତାହା କାହାରିକୁ ଜଣାନାହିଁ ।

ଘଞ୍ଚ ଜଙ୍ଗଲରେ ବେଧଡକ ଭାବେ ଚାଲିଛି ମଦ ତିଆରି, ଚୁପ୍ ବସିଛି ଅବକାରୀ ବିଭାଗ

ଅନ୍ୟପଟେ ଦୈନିକ ଶହ ଶହ ଲିଟର ମଦ ଏଭଳି ତିଆରି ହୋଇ ଲୋକଙ୍କୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ତେବେ ଏଥିରେ ମଦ ମାଫିଆଙ୍କ ସହ ଉଚ୍ଚ ଶିକ୍ଷିତ ଯୁବକ ମାନେ ମଧ୍ୟ ସାମିଲ ହୋଇଥିବାର ଜଣାପଡ଼ିଛି । ବିଶେଷ କରି କାମ ଧନ୍ଦା ଅଭାବରେ ବେକାର ଥିବା ଯୁବକ ଏଥିରେ ସାମିଲ ହୋଉ ଥିବାର ଜଣାପଡ଼ିଛି ।

ତେବେ ନିତିଦିନ ବଲାଙ୍ଗୀରର ବିଭିନ୍ନ ଜଙ୍ଗଲରେ ମଦ ତିଆରି ହେଉଥିବା ବେଳେ ଅବକାରୀ ବିଭାଗ ତଥା ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ ରହିଛି । ଏବଂ ବିଭିନ୍ନ ସମୟରେ ଅବକାରୀ ବିଭାଗ ଚଢାଉ କରି କଠୋର କାର୍ଯ୍ୟାନୁଷ୍ଠାନ ନେଉଥିବାର ଅନ୍ୟପକ୍ଷେ କହିଛି ।

ମହାମାରୀ ସମୟରେ ଏହି ଧନ୍ଦା ଆହୁରି ବୃଦ୍ଧି ପାଇଥିବା ବେଳେ କାମ ଧନ୍ଦା ହରାଇଥିବା ଲୋକ ଏଥିରେ ବେଶ୍ ସାମିଲ ହେଉଛନ୍ତି । ତେବେ ସଚେତନତା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏଭଳି ପରିସ୍ଥିତିରେ ଆବଶ୍ୟକ ରହିଛି ବୋଲି ମତ ପ୍ରକାଶ ପାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : Jun 25, 2021, 8:36 AM IST

ABOUT THE AUTHOR

...view details