ବଲାଙ୍ଗୀର:କୋରୋନାର ଦ୍ଵିତୀୟ ଲହରରେ ବଲାଙ୍ଗୀର ଜିଲ୍ଲାରେ ସଂକ୍ରମଣ ଦୃତ ଗତିରେ ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି । ତେବେ ଏହାକୁ ପ୍ରତିହତ କରିବା ପାଇଁ ଟୀକାକରଣ ଆରମ୍ଭ ହୋଇଥିବା ବେଳ ବଲାଙ୍ଗୀରରେ ଏଯାଏଁ 45ରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ ସମ୍ପୂର୍ଣ୍ଣ ହୋଇନି । ଜିଲ୍ଲାରେ ଏଯାଏଁ 1 ଲକ୍ଷ 44 ହଜାର 456 ଜଣ କୋରୋନା ପ୍ରଥମ ଡ଼ୋଜ ନେଇଛନ୍ତି। ସେହିପରି ଏଯାଏଁ 41 ହଜାର12 ଜଣ ମାତ୍ର ଦ୍ଵିତୀୟ ଡୋଜ ନେଇଛନ୍ତି ।
ବଲାଙ୍ଗୀରରେ କେବେ ହେବ 18ରୁ 44 ବର୍ଷ ବୟସ୍କଙ୍କ ଟୀକାକରଣ ? - ବଲାଙ୍ଗୀର ପ୍ରଶାସନ
ବଲାଙ୍ଗୀରରେ ଏଯାଏଁ 45ରୁ ଉର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ ସମ୍ପୂର୍ଣ୍ଣ ହୋଇ ପାରି ନ ଥିବା ବେଳେ 18 ବର୍ଷରୁ ଅଧିକଙ୍କୁ ଏଯାଏଁ ଟୀକାକରଣ ଆରମ୍ଭ ହୋଇପାରିନାହିଁ । ଅଧିକ ପଢନ୍ତୁ...
ବଲାଙ୍ଗୀରରେ କେବେ ହେବ 18ରୁ 44 ବର୍ଷ ବୟସ୍କଙ୍କ ଟୀକାକରଣ ?
ପାଞ୍ଚ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବଲାଙ୍ଗୀର ଜିଲ୍ଲାରେ 45ରୁ ଊର୍ଦ୍ଧ୍ବ ଲୋକଙ୍କୁ କେବେ ସମ୍ପୂର୍ଣ୍ଣ ଭାବରେ ଟିକା ଦିଆଯିବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ସେହିପରି କେନ୍ଦ୍ର ସରକାର ମେ 1 ତାରିଖରୁ 18 ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକା ଦିଆଯିବାର ଘୋଷଣା କରିଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ଆଜି ଯାଏଁ ତାହା ଆରମ୍ଭ ହୋଇପାରିନାହିଁ । ସେହିପରି ସରକାର ଏଯାଏଁ ବଲାଙ୍ଗୀର ଜିଲ୍ଲା ପାଇଁ ଟୀକାକରଣ ନେଇ କୌଣସି ଘୋଷଣା କରି ନଥିବା ବେଳେ ଏଠିକାର ପ୍ରଶାସନ ଟୀକାକରଣ ପାଇଁ ପ୍ରସ୍ତୁତ ଥିବା କହିଛି ।
ବଲାଙ୍ଗୀରରୁ ଶେଖ ମହମମ୍ମଦ ଓ୍ବାହିଦ, ଇଟିଭି ଭାରତ