ଓଡିଶା

odisha

By

Published : Jan 24, 2021, 10:05 PM IST

ETV Bharat / state

ଜୋର ଧରିଲା ନକଲି ଆଦିବାସୀ ହଟାଇବା ଦାବି

ପୁଣି ଜୋର ଧରିଲା ନକଲି ଆଦିବାସୀ ହଟାଇବା ଦାବି । ଆସନ୍ତା 15 ଦିନ ମଧ୍ୟରେ ଦାବି ପୂରଣ ନହେଲେ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ଘେରାଉ ସହ ସଶସ୍ତ୍ର ଆନ୍ଦୋଳନର ଧମକ ଦେଲା ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘ । ଅଧିକ ପଢନ୍ତୁ...

ବଲାଙ୍ଗୀର ଜୋର ଧରିଲା ନକଲି ଆଦିବାସୀ ହଟାଇବା ଦାବୀ
ବଲାଙ୍ଗୀର ଜୋର ଧରିଲା ନକଲି ଆଦିବାସୀ ହଟାଇବା ଦାବୀ

ବଲାଙ୍ଗୀର: ପୁଣି ଜୋର ଧରିଲା ନକଲି ଆଦିବାସୀ ହଟାଇବା ଦାବି । ଆଜି ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘ ପକ୍ଷରୁ ଏହି ଦାବି କରାଯାଇଛି । ତେବେ ନକଲି ଆଦିବାସୀ ମାନେ ଜାଲ ଆଦିବାସୀ ସାର୍ଟିଫିକେଟ ଅକ୍ତିଆର କରି ବିଭିନ୍ନ ପଦବୀରେ ଅଛନ୍ତି ଏବଂ ଏମାନେ ପ୍ରକୃତ ଆଦିବାସୀଙ୍କ ହକ ଛଡ଼ାଇ ନେଇଥିବାର ଅଭିଯୋଗ ହୋଇଛି । ଯେଉଁଥିରେ ବଲାଙ୍ଗୀର ଜିଲ୍ଲାରେ 379 ଜଣ, ବରଗଡ ଜିଲ୍ଲାରେ 204 ଜଣ, ସୁବର୍ଣ୍ଣପୁର ଜିଲ୍ଲାରେ 156 ଜଣ ଓ ସମ୍ବଲପୁର ତଥା ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଶତାଧିକ ନକଲି ଆଦିବାସୀ ଥିବାର ଆଦିବାସୀ ସଙ୍ଘ ଅଭିଯୋଗ ଆଣିଛନ୍ତି ।

ବଲାଙ୍ଗୀର ଜୋର ଧରିଲା ନକଲି ଆଦିବାସୀ ହଟାଇବା ଦାବୀ

ତେବେ ନକଲି ଆଦିବାସୀ ଚିହ୍ନଟ ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟରେ ତିନୋଟି କମିଟି ଗଠନ କରାଯାଇଥିଲା ଏବଂ ପଶ୍ଚିମ ଓଡ଼ିଶା ପାଇଁ ସମ୍ବଲପୁର ଆରଡିସିଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ହେଲେ ଦୀର୍ଘ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆରଡିସି କୌଣସି ପଦକ୍ଷେପ ନେଉନଥିବାର ଏମାନେ ଅଭିଯୋଗ କରିଛନ୍ତି ।

ସମାନ ଭାବରେ ଓଡ଼ିଶାରେ କୁଲି ଓ ଦୋରା ସମ୍ପ୍ରଦାୟର ଲୋକେ ଆଦିବାସୀ ହୋଇନଥିବା ବେଳେ ସେମାନେ ଆଦିବାସୀ ମଧ୍ୟରେ ପଶି ଆଦିବାସୀଙ୍କ ହକ ଛଡ଼ାଇ ନେଇଥିବାର ଲୋକମାନେ ଅଭିଯୋଗ କରିଛନ୍ତି ଏବଂ ଏମାନଙ୍କୁ ଆଦିବାସୀ ତାଲିକାରୁ ଶୀଘ୍ର ବାଦ୍ ଦେବା ପାଇଁ ଦାବି କରିଛନ୍ତି । ତେବେ ଆସନ୍ତା 15 ଦିନ ମଧ୍ୟରେ ଦାବି ପୂରଣ ନହେଲେ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ଘେରାଉ କରିବେ ଓ ସଶସ୍ତ୍ର ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି ପଶ୍ଚିମ ଓଡ଼ିଶା ଆଦିବାସୀ ସଙ୍ଘ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details