ବଲାଙ୍ଗିର: ଜିଲ୍ଲା ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭା ସାଂସଦ ତଥା ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘ ଅଧ୍ୟକ୍ଷ ନିରଞ୍ଜନ ବିଶିଙ୍କ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆଦିବାସୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ଅଧିକାରର ସମସ୍ୟା ଓ ସୁବିଧାକୁ ନେଇ ଆଲୋଚନା ହୋଇଥିଲା ।
ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘର କାର୍ଯ୍ୟକାରିଣୀ ବୈଠକ - ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘର କାର୍ଯ୍ୟକାରିଣୀ ବୈଠକ
ବଲାଙ୍ଗିର ଜିଲ୍ଲା ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭା ସାଂସଦ ତଥା ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘର ଅଧ୍ୟକ୍ଷ ନିରଞ୍ଜନ ବିଶିଙ୍କ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିକ ପଢ଼ନ୍ତୁ
ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର ସଦସ୍ୟ ଓ କର୍ମକର୍ତା ଏହି ବୈଠକରେ ଏଥିରେ ସାମିଲ ହୋଇଥିଲେ । ତେବେ ଆଦିବାସୀଙ୍କ ଶିକ୍ଷା ସ୍ବାସ୍ଥ୍ୟ, ସାମାଜିକ ଅଧିକାର ଓ ବିଭିନ୍ନ ସୁବିଧା ପାଇଁ ଆଗକୁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିବାକୁ ବୈଠକରେ ସ୍ଥିର କରାଯାଇଛି । ପଶ୍ଚିମ ଓଡ଼ିଶାର ଆଦିବାସୀଙ୍କ ହିତ ପାଇଁ ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ନେତାଙ୍କୁ ରାଜ୍ୟସଭା ପଠାଇଥିବା ପଦକ୍ଷେପକୁ ବୈଠକରେ ସ୍ବାଗତ କରାଯାଇଛିି । ତେବେ କିଛି ହାତ ଗଣତି ଲୋକ ନିଜ ସ୍ବାର୍ଥ ପାଇଁ ଲୋକଙ୍କ ଉନ୍ନତିକୁ ବିରୋଧ କରୁଥିବା ନିରଞ୍ଜନ ବିଶି ଏହି ଅବସରରେ ଅଭିଯୋଗ କରିଛନ୍ତି । ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ସଂସଦରେ ଉଠାଇବାକୁ ନିରଞ୍ଜନ ପ୍ରତିଶୃତି ଦେଇଛନ୍ତି ।
ଇଟିଭି ଭାରତ, ବଲାଙ୍ଗିର