ବଲାଙ୍ଗୀର: ଏକ ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀଯୁଗଳଙ୍କ ବିବାହ କରାଯାଇଛି । ପରିବାର ଲୋକେ ତାଙ୍କ ସଂପର୍କକୁ ବିରୋଧ କରିବାରୁ ସେମାନେ ତେଲେଙ୍ଗାନା ପଳାଇଥିଲେ । ପରେ ଲକଡାଉନ ହେବାରୁ ଦୁଇଜଣ ଓଡିଶା ଫେରି କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଦୁଇଜଣଙ୍କ ବିବାହ ଅନୁଷ୍ଠିତ ହୋଇଛି ।
ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀଯୁଗଳଙ୍କ ବିବାହ - ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀଯୁଗଳଙ୍କ ବିବାହ
ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀଯୁଗଳଙ୍କ ବିବାହ କରାଯାଇଛି । ଅଧିକ ପଢନ୍ତୁ...
![ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀଯୁଗଳଙ୍କ ବିବାହ ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀଯୁଗଳଙ୍କ ବିବାହ](https://etvbharatimages.akamaized.net/etvbharat/prod-images/768-512-7798963-189-7798963-1593275488161.jpg)
ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀଯୁଗଳଙ୍କ ବିବାହ
ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀଯୁଗଳଙ୍କ ବିବାହ
ତେଲେନପାଲି ଗ୍ରାମର ଯୁବତୀ ଟେଭା ମାଝୀଙ୍କ ସହ ଗାଁର ଯୁବକ ଜୀବର୍ଦ୍ଦନ ବିଶିଙ୍କ ପ୍ରେମ ସମ୍ପର୍କ ଥିଲା। ସେମାନେ ତେଲେଙ୍ଗାନାରୁ ଫେରି କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ଏକଥା ସରପଞ୍ଚ କୁନ୍ତଳା ମାଝୀ ଜାଣିବାପରେ ସେମାୱଙ୍କ ବିବାହ କରାଇଥିଲେ । ସରପଞ୍ଚ ସେମାନଙ୍କ ଘରଲୋକଙ୍କୁ ବୁଝାଇବା ପରେ ଏହି ସଂଗରୋଧ କେନ୍ଦ୍ରରେ ବୈଦିକ ରୀତିନୀତି ବିବାହ କରାଇଥିଲେ। ସେହିପରି ସରପଞ୍ଚ ନିଜେ ଝିଅର ମା ସାଜି ଏହି ବିବାହ କରାଇଛନ୍ତି । ସେଥିପାଇଁ ନବବିବାହିତ ଦମ୍ପତ୍ତି ସରପଞ୍ଚକୁ ଧନ୍ୟବାଦ ଜଣାଇଛନ୍ତି ।
ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ
Last Updated : Jun 27, 2020, 10:28 PM IST