ବଲାଙ୍ଗୀର:ରାତି ପାହିଲେ 22 ତାରିଖରେ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ତେବେ ବଲାଙ୍ଗୀର ପୋଲିସ ପକ୍ଷରୁ ଅପରାଧୀଙ୍କୁ ଧରିବା ଲାଗି ୱାରେଣ୍ଟ ଜାରି କରିଛି । ସେହିପରି ଆସନ୍ତା 24 ତାରିଖରେ ଟିଟିଲାଗଡ ଓ ସଇଁତଳାରେ ମଧ୍ୟ ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ।
ତେବେ ଅନେକ ସ୍ଥାନରେ ଭୋଟ ଗ୍ରହଣ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ପୋଲିସ ନେଇଛି ଆଗୁଆ ପଦକ୍ଷେପ । ଅନ୍ୟପଟେ ଟିଟିଲାଗଡ ସିନ୍ଧେକେଲା ଓ ସଇଁତଳା ଅଞ୍ଚଳର 73 ଜଣଙ୍କ ନାଁରେ ଗିରଫ ପରୱାନା ଜାରି କରିଛି । ଟିଟିଲାଗଡ ଓ ସଇଁତଳା ଅଞ୍ଚଳରେ ଭୋଟ ଗ୍ରହଣ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାର ସମ୍ଭାବନା ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ପୋଲିସ ଟିଟିଲାଗଡର 29 ଜଣ ଓ ସିନ୍ଧେକେଲାର 24 ଜଣ ଏବଂ ସଇଁତଳା ବ୍ଲକର 19 ଜଣଙ୍କ ନାଁରେ ଗିରଫ ପରୱାନା ଜାରି କରିଛି ପୋଲିସ ।