ଓଡିଶା

odisha

ETV Bharat / state

୧୭ବର୍ଷ ଦେଶ ସେବା ପରେ ଫେରିଲେ ଯବାନ, ମହାଆଡମ୍ବରରେ ପାଛୋଟି ନେଲେ ଗ୍ରାମବାସୀ - Grand Welcome

Grand Welcome for Retired Jawan: ଦୀର୍ଘ 17 ବର୍ଷ ଧରି ଦେଶ ସେବା କରିବା ପରେ ଶେଷରେ ନିଜ ଜନ୍ମମାଟିକୁ ଫେରିଛନ୍ତି ଯବାନ। ମହାଆଡମ୍ବରରେ ତାଙ୍କୁ ସ୍ବାଗତ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

villagers welcome retired army jawan
ଯବାନଙ୍କୁ ଭବ୍ୟ ସ୍ବାଗତ

By ETV Bharat Odisha Team

Published : Jan 4, 2024, 7:25 PM IST

ଯବାନଙ୍କୁ ଭବ୍ୟ ସ୍ବାଗତ

ବଲାଙ୍ଗୀର: ଜଣେ ଯବାନ ଅବସର ନେଇ ଗାଁକୁ ଫେରିବାବେଳେ ଭବ୍ୟ ସ୍ବାଗତ କରିଛନ୍ତି ଗ୍ରାମବାସୀ । ଦେଶ ପ୍ରେମ ଓ ଦେଶ ସେବା ପାଇଁ ତାଙ୍କୁ ମିଳିଛି ଏଭଳି ସମ୍ମାନ। ଦୀର୍ଘ 17 ବର୍ଷ ଧରି ଦେଶ ସେବା କରିବା ପରେ ଶେଷରେ ନିଜ ଜନ୍ମମାଟିକୁ ଫେରିଛନ୍ତି ଯବାନ। ତାଙ୍କର ଏହି ଦେଶ ସେବା ପାଇଁ ସମଗ୍ର ପଞ୍ଚାୟତବାସୀ ତାଙ୍କୁ ସ୍ନେହ ଓ ସମ୍ମାନ ଦେଇ ପାଛୋଟି ନେଇଛନ୍ତି ଗ୍ରାମବାସୀ । ଯବାନ ଜଣକ ହେଲେ ବଲାଙ୍ଗୀରର ମାଓ ପ୍ରଭାବିତ ଅଞ୍ଚଳ କୁହାଯାଉଥିବା ଖପ୍ରାଖୋଲର ଭାଲୁ ଡୁଙ୍ଗୁରୀ ଗ୍ରାମର ସୁରେନ୍ଦ୍ର ସାହୁ।

ସୁରେନ୍ଦ୍ର ପିଲାଟି ଦିନରୁ ଦେଶ ସେବା ପାଇଁ ମନ ବଳାଇ ସ୍ଥଳ ସେନାରେ ଯବାନ ଭାବରେ ନିଯୁକ୍ତି ପାଇଥିଲେ। ସେ 17 ବର୍ଷ ଧରି ଦେଶର ସେବା କରିବା ପରେ ଅବସର ପାଇ ନିଜ ଜନ୍ମ ମାଟିକୁ ଫେରିଛନ୍ତି। ଯେଉଁଠି ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ ସମଗ୍ର ପଞ୍ଚାୟତବାସୀ । ଆଉ ସୁରେନ୍ଦ୍ର ଆସିବା ପରେ ସମସ୍ତେ ଏକାଠି ହୋଇ ତାଙ୍କୁ ସମ୍ମାନ ଓ ସ୍ନେହ ଆଦର ସହକାରେ ପାଛୋଟି ନେଇଛନ୍ତି । ସୂଚନା ଅନୁସାରେ, ସୁରେନ୍ଦ୍ର ସାହୁ ଭାରତୀୟ ସୈନ୍ୟ ବାହିନୀରେ କାର୍ଯ୍ୟ କରୁଥିଲେ। ସେ ଜମ୍ମୁରେ ଭାରତ-ପାକ୍ ସୀମା ତଥା ବୈଷ୍ଣ ଦେବୀ ମନ୍ଦିରଠାରେ ନିୟୋଜିତ ଥିଲେ।

ବୈଷ୍ଣ ଦେବୀ ମନ୍ଦିରରେ ନିଯୁକ୍ତି ପାଇଥିବାବେଳେ ଅନେକ ବିପତ୍ତି ସମୟରେ ଲୋକଙ୍କ ଧନ ଜୀବନ ବଞ୍ଚାଇ ଆସିଥିଲେ ସୁରେନ୍ଦ୍ର। ସେହିପରି ଓଡ଼ିଶାରୁ ଯିଏ ସେଠାକୁ ଯାଇ କୌଣସି ସମସ୍ୟାର ସମ୍ମୁଖୀନ ହେଉଥିଲେ ତାଙ୍କୁ ସେ ସବୁ ପ୍ରକାରର ସାହାଯ୍ୟ କରି ଆସୁଥିଲେ। ତେବେ 17 ବର୍ଷର ଏହି ଦେଶ ସେବା ପରେ ସେ ଏବେ ଅବସର ନେଇଛନ୍ତି। ନିଜ ଗାଁକୁ ଫେରି ଆସିଥିବାବେଳେ ତାଙ୍କୁ ରେଳ ଷ୍ଟେସନରୁ ଲୋକେ ଏକ ବିରାଟ ଶୋଭାଯାତ୍ରା ଆଣିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ...ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଚାଷ ନିଶା, 10ଜଣଙ୍କୁ ଦେଇଛନ୍ତି ରୋଜଗାର

ସେହି ସମୟର ଦୃଶ୍ୟ ସତେ ଯେମିତି ବାଜା ବାଣରେ କୌଣସି ରାଜାଙ୍କୁ ସ୍ବାଗତ କଳା ଭଳି ମନେ ହେଉଥିଲା । ସେପଟେ ଏଭଳି ସ୍ନେହ ଆଦର ଓ ସମ୍ମାନ ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଛନ୍ତି ଅବସରପ୍ରାପ୍ତ ଯବାନ ସୁରେନ୍ଦ୍ର । ନିଜ ପ୍ରତି ଲୋକଙ୍କ ପ୍ରେମ ଓ ସ୍ନେହ ଦେଖି ଭାବବିହ୍ବଳ ମଧ୍ୟ ହୋଇଛନ୍ତି । ସୁରେନ୍ଦ୍ର କହିଛନ୍ତି, "ସେନାରେ ଯୋଗ ଦେବାକୁ ଥିବା ଭବିଷ୍ୟତ ପିଢିକୁ ଉତ୍ସାହିତ କରିବି। ଆଗକୁ ସମାଜ ସେବା କରିବି ।"

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details