ବଲାଙ୍ଗୀର:ବିଂଶ ଶତାବ୍ଦୀରେ ପାଦ ଦେଲାଣି ମଣିଷ । ମଣିଷ ଯାଇ ମହାକାଶରେ ପହଞ୍ଚିଲାଣି । ବିଜ୍ଞାନ ଯୁଗରେ ଅସମ୍ଭବ କାମରୁ ସମ୍ଭବ ମଧ୍ୟ କରିସାରିଲାଣି । ହେଲେ ଏବେବି ମଣିଷ ସମାଜରୁ ଅନ୍ଧବିଶ୍ବାସ, ଜାତିପ୍ରଥା ତଥା ଛୁଆଁ ଅଛୁଆଁର ଭେଦଭାବ ଦୂର କରିବା ମଣିଷ ପକ୍ଷେ ସମ୍ଭବ ହେଉନି । ଏବେ ବି ଜାତି ଅଜାତିର ଭେଦଭାବର ଶିକାର ହେଉଛି ମଣିଷ । ଜାତି ପାଇଁ ମୃତ୍ୟୁ ପରେ ବି ମୃତଦେହକୁ ମିଳି ପାରୁନି ଚାରିକାନ୍ଧ । ଜାତିପ୍ରଥା ପାଇଁ ଜଣେ ମହିଳାଙ୍କ ମୃତଦେହ 12 ଘଣ୍ଟା ଅସହାୟ ହୋଇ ପଡ଼ି ରହିଲା । ଏମିତି କିଛି ସମ୍ବେଦନଶୀଳ ଘଟଣା ଘଟିଛି ବଲାଙ୍ଗୀର ଲୋଇସିଂହା ବ୍ଲକରେ ।
ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ସର୍ଗାଡ୍ ଗ୍ରାମର ମହିଳା ପ୍ରତିମା ବିଶ୍ଵାଳ ଗାଁର ଜଣେ ଅନ୍ୟଜାତିର ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଯାହାପରେ ତାଙ୍କୁ ବାସନ୍ଦ ଜୀବନ କାଟିବାକୁ ପଡିଥିଲା । 20 ବର୍ଷ ପୂର୍ବେ ଏହି ମହିଳାଙ୍କ ସ୍ଵାମୀଙ୍କ ମୃତ୍ୟୁ ହୋଇଥିଲା । ତେବେ ତାଙ୍କର ଏକ ମାତ୍ର ପୁଅ ସହ ସେ ରହି ଆସୁଥିଲେ । ହେଲେ ଗତ କିଛି ବର୍ଷ ହେବ ତାଙ୍କ ପୁଅ ମଧ୍ୟ ତାଙ୍କୁ ବୃଦ୍ଧା ଅବସ୍ଥାରେ ଛାଡି ଦେଇଥିଲେ । ବୃଦ୍ଧା ଜଣକ ତାଙ୍କ ଜଣେ ସମ୍ପର୍କୀୟ ଚେତନ ପ୍ରଧାନଙ୍କ ଘରେ ରହି ଆସୁଥିଲେ । କିନ୍ତୁ ଗତକାଲି ସନ୍ଧ୍ୟାରେ ବୃଦ୍ଧା ମହିଳାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ମଧ୍ୟ ତାଙ୍କ ପୁଅ କିମ୍ବା ଗ୍ରାମବାସୀ ତଥା ପାଖ ପଡୋଶୀ କେହି ସାହା ହୋଇ ନଥିଲେ । ବୃଦ୍ଧାଙ୍କ ମୃତଦେହ ଦୀର୍ଘ 12 ଘଣ୍ଟା ଅସହାୟ ଅବସ୍ଥାରେ ପଡ଼ି ରହିଥିଲା ।
ଏହା ମଧ୍ୟ ପଢ଼ନ୍ତୁ.......ଝିଅର ମୃତଦେହକୁ ଛୁଇଁଲାନି ପରିବାର, ମାନବିକତା ଦେଖାଇ ଅନ୍ତିମ ସତ୍କାର କଲେ ସାମ୍ବାଦିକ